ବିଡ଼ିଓଙ୍କ ଗାଡିରେ ବି ନାହିଁ ଫିଟନେସ୍, ତଥାପି ଚାଲିଛି ସରକାରୀ କାମ

ବାଂଶପାଳ(କେନ୍ୟୁଜ୍): ଗାଡିର ଫିଟନେସ ନାହିଁ କିନ୍ତୁ ଏହି ଅନଫିଟ ଗାଡିରେ ନିୟମିତ ଯାତାୟାତ କରୁଛନ୍ତି ବାଂଶପାଳ ବିଡ଼ିଓ । ଯଦିଓ ଫିଟନେସ ନଥିବା ଗାଡି କୌଣସି ସରକାରୀ କାର୍ଯ୍ୟାଳୟରେ ଭଡାରେ ଲାଗିବାର ନିୟମ ନାହିଁ । କିନ୍ତୁ ବାଂଶପାଳ ବ୍ଲକ ରେ ଏହି ଅନଫିଟ ଗାଡି ଚାଲିବା ନେଇ କଣ ସ୍ବାର୍ଥ ରହିଛି କି? ଯେଉଁ ପ୍ରଶ୍ନ ଏବେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।

କେନ୍ଦୁଝର ସହର ଠାରୁ ୩୦ କିଲୋମିଟର ଦୂରରେ ରହିଛି ବାଂଶପାଳ ବ୍ଲକ । ଏହି ବ୍ଲକ ରେ ବିଡ଼ିଓ ଜଗେଶ୍ବର ନାଏକ ବ୍ୟବହାର କରୁଥିବା ଗାଡି ନମ୍ବର OR 19 j 1197 ମହିନ୍ଦ୍ରା କମ୍ପାନୀ ର ଏହି ବୋଲେରୋ ଗାଡି ମାଲିକ ହେଉଛନ୍ତି ଜଗବନ୍ଧୁ ପାତ୍ର । ପରିବହନ କାର୍ଯ୍ୟାଳୟରୁ ସୂଚନା ଅନୁସାରେ ଏହି ଗାଡି ୨୦୧୦ ଏପ୍ରିଲ ୧୩ ତାରିଖରେ ପଞ୍ଜିକରଣ ହୋଇଥିବା ବେଳେ ଏବେ ଏହି ଗାଡିକୁ ୯ ବର୍ଷ ହେଲାଣି ୨୦୧୬ ମସିହାରୁ ଏହାର ଫିଟନେସ ନାହିଁ ।

୨୦୧୬ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଏହାର ଫିଟନେସ ଥିଲା ଏହା ସତ୍ବେ ଚଳିତ ବର୍ଷ ଏହିଗାଡି ବାଂଶପାଳ ବ୍ଲକରେ ଭଡ଼ା ସୂତ୍ର ରେ ଲାଗିଛି । ଅନ୍ୟ ଏକ ସୂଚନା ଅନୁସାରେ ଗାଡି ଭଡାରେ ଲାଗିବାକୁ ହେଲେ ଅତ୍ୟନ୍ତ ବିଜ୍ଞାପନ ପ୍ରକାଶିତ ହେବା କଥା । ଏ କ୍ଷେତ୍ର ତାହା ହୋଇନାହିଁ ବରଂ ଏହି ଗାଡି କୁ ଲଗେଇବା ପାଇଁ ବିଜ୍ଞାପାନ ପ୍ରକାଶ ନକରି ଏଭଳି କରାଯାଇଛି ।

ଏହି ଫିଟନେସ ନଥିବା ଗାଡି ସମ୍ପର୍କରେ ଏମ୍ଭିଆଈ ଜିତେନ୍ଦ୍ର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ସରକାରୀ କାର୍ଯ୍ୟାଳୟରେ ଗାଡି ଭଡାରେ ଲାଗିବାକୁ ହେଲେ ଫିଟନେସ ଟ୍ୟାକ୍ସ ଥିବା ବାଧ୍ୟତାମୂଳକ। ଯଦି ଏସବୁ ନଥିବ ତେବେ ସରକାରୀ କାର୍ଯ୍ୟାଳୟରେ ଭଡାରେ ଲାଗିପାରିବ ନାହିଁ । ସେହିପରି ଏ ସମ୍ପର୍କରେ ବାଂଶପାଳ ବିଡ଼ିଓ ଜଗେଶ୍ବର ନାଏକଙ୍କୁ ପଚାରିବାରୁ ସେ କହିଥିଲେ କି, ବାଂଶପାଳ ବ୍ଲକ ରେ ଗାଡି ମାଲିକ ମାନେ ଗାଡି ଭଡାରେ ଦେବା ରାଜି ହେଉନଥିବାରୁ ୩ ମାସ ହେଲା ବ୍ଲକରେ ଗାଡି ନଥିଲା ତେଣୁ ଯେଉଁ ଗାଡି ମିଳିଲା ସେଇ ଗାଡି ଲଗେଇଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.