Below header

ଚାଣକ୍ୟ ନୀତି : ଆପଣଙ୍କର ପିଛା ଛାଡିବ ନାହିଁ ସଫଳତା, କେବଳ ଏହି କଥା ଉପରେ ରଖିବାକୁ ପଡିବ ସତର୍କତା

ରାଜନୀତିର ପ୍ରକାଣ୍ଡ ପଣ୍ଡିତ କୌଟିଲ୍ୟ ( ଆଚାର୍ଯ୍ୟ ଚାଣକ୍ୟ ) ଦୈନିକ ଜୀବନରେ କାର୍ଯ୍ୟ , ବ୍ୟବହାର ଏବଂ ଆଚରଣ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ ନିୟମ ବିଷୟରେ ଜଣାଇଥିଲେ ଯାହା ଆଜିର ସମୟରେ ମଧ୍ୟ ବହୁତ ମାନ୍ୟତା ରଖୁଛି। ଯଦି ଆପଣ ଆପଣଙ୍କର ଦୈନ୍ୟନ୍ଦିନ ଜୀବନରେ ଏହି ନିୟମକୁ ଗୁରୁତ୍ବ ଦେଉଛନ୍ତି ତେବେ ଆପଣ ଅନେକ ବଡ ସମସ୍ୟାରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଦୈନିକ କାର୍ଯ୍ୟ ବ୍ୟବହାରରେ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ ଯାହାଦ୍ବାରା ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।

-ଚାଣକ୍ୟ କହିଛନ୍ତି ଯେ ଅଗ୍ନି ସହିତ ଖେଳିବା ଉଚିତ ନୁହେଁ। ଅନ୍ୟଥା ଅଗ୍ନି ଦେବତା କ୍ରୋଧିତ ହୋଇଗଲେ ଆପଣଙ୍କର ସବୁକିଛି ସ୍ବାହା ହୋଇଯିବ। ଦୀପ ଯାହା ଆଲୋକ ପ୍ରଦାନ କରିଥାଏ ତାହାର କ୍ରୋଧ ମଧ୍ୟ ଆପଣଙ୍କର ସବୁକିଛି ଭଷ୍ମ ମଧ୍ୟ କରିପାରେ।

chanakya-ଚାଣକ୍ୟ ମଣିଷଙ୍କ ଜୀବନକୁ ନେଇ ଜଳର ଉପଯୋଗିତା ବିଷୟରେ କହିଛନ୍ତି ଏବଂ ଏହା ମଧ୍ୟ କହିଥିଲେ ଯେ ଜଳ ହିଁ ଜୀବନ ଅଟେ। କିନ୍ତୁ ସେ ଜଳୀୟ ସ୍ଥାନ ମାନଙ୍କରେ ଘର ବନାଇବାକୁ ବାରଣ କରିଥିଲେ କାରଣ ଜଳ ବିପଦଜନ୍ନକ ସ୍ଥିତିରେ ଆପଣଙ୍କୁ ଜଳମଗ୍ନ କରାଇପାରେ।

ଏହା ସହ ପଢ଼ନ୍ତୁ : ଚାଣକ୍ୟ ନୀତି : ଏଭଳି ଜୀବନସାଥୀ ଏବଂ ସମ୍ପର୍କକୁ ତୁରନ୍ତ କରନ୍ତୁ ତ୍ୟାଗ

-ଚାଣକ୍ୟ କହିଛନ୍ତି ମୂର୍ଖଙ୍କ ଠାରୁ ଦୂରତା ବନାଇ ରଖନ୍ତୁ। କିନ୍ତୁ ଏହାପରେ ଯଦି ତାଙ୍କ ସହିତ କଥାବାର୍ତ୍ତା ହେବାକୁ ପଡିଥାଏ ତେବେ ସାବଧାନ ରଖିବା ଆବଶ୍ୟକ। କାରଣ ସେ ଆପଣଙ୍କର ସବୁ କଥାକୁ ଭୁଲ ଅର୍ଥ ବାହାର କରିବାକୁ ପ୍ରୟାସ କରିବ।

chanakya-ଚାଣକ୍ୟ କହିଛନ୍ତି ଯେ ମହିଳା ମାନଙ୍କ ଠାରେ ବହୁତ ସାବଧାନୀପୂର୍ବକ ସହିତ କଥା ହେବା ଉଚିତ। କାରଣ ଯଦି ଆପଣ ଏମାନଙ୍କ ସହିତ ସମ୍ମାନ ପୂର୍ବକ ବ୍ୟବହାର ଏବଂ କଥାବାର୍ତ୍ତା କରନ୍ତି ତେବେ ସମାଜରେ ଏକ ସଭ୍ୟ ବ୍ୟକ୍ତି ଭାବରେ ପରିଚିତ ହେବେ ଏବଂ ଯଦି ମହିଳାଙ୍କ ପ୍ରତି ତୁମର ଆଚରଣ ଭଲ ରହିବ ନାହିଁ ତେବେ ଆପଣଙ୍କୁ ସମାଜ ଆଖିରେ ନିଚ ବ୍ୟକ୍ତି ଭାବରେ ପରିଚିତ କରାଇପାରେ।

-ଚାଣକ୍ୟ କହିଛନ୍ତି ସାପ ଠାରୁ ଦୂରତା ରଖିବା ଉଚିତ। ଯଦି ସେ କୌଣସି ଶାନ୍ତିରେ ପଡିରହିଥିବ ତେବେ ତା ସହିତ ଲାଗିବା ଉଚିତ ନୁହେଁ କାରଣ ଏହାର ଠିକଣା ନାହିଁ ଯେ ସେ କେତେବେଳେ ଆପଣଙ୍କୁ ଦଂଶନ କରିପାରେ।

-ଚାଣକ୍ୟ କହିଛନ୍ତି ଯେ ରାଜା କିମ୍ବା ତାଙ୍କ ପରିବାରଙ୍କ ସହିତ କଥା ହେଉଥିବା ସମୟରେ ସାବଧାନ ରହିବାକୁ ପଡିବ। କାରଣ ଆପଣଙ୍କ କେଉଁ କଥା ଆକ୍ରୋଶିତ ହୋଇଯାଏ ଏବଂ ପରେ ଆପଣଙ୍କର ଏହା ସମସ୍ୟା କରାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.