Below header

ଓମିକ୍ରନ୍‌କୁ ନେଇ ଭୟ ନକରି ସତର୍କ ରୁହ: ନବ ଦାସ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟିକା ଉପରେ ଏହା କେତେ ପ୍ରଭାବୀ ତା ବିଷୟରେ ଗବେଷଣା ଚାଲିଛି । କେବଳ ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ ଆମକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ। ଫଳରେ ତାଙ୍କୁ ଯୋଗାଯୋଗ କରି କଣ୍ଟାକ୍ଟ ଟ୍ରେସିଂ କରିହେବ ।

ଯାହା ଆବଶ୍ୟକ ସେ ବିଷୟରେ ପଦକ୍ଷେପ ନେବୁ । ଏଥିପ୍ରତି ତୀକ୍ଷ୍‌ଣ ନଜର ରହିଛି। ଓଡିଶାକୁ କେତେ ବିଦେଶରୁ ଆସିଛନ୍ତି ତାର ଠିକ୍‌ ସଂଖ୍ୟା ନାହିଁ । କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ପଦକ୍ଷେପ ନିଆଯିବ । ତେଣୁ ସମସ୍ତେ କେବଳ ସତର୍କ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.