ଗଛ ଉପରେ ଭାଲୁ: ଶିକାରୀ ତୀରରେ ହୋଇଛି ଆହତ

ମାଲକାନଗିରି(କେନ୍ଯୁଜ୍): ଗଛ ଉପରେ ଭାଲୁ। ମାଲକାନଗିରି ଜିଲ୍ଲା ଏମ୍ଭି-୨୦ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଜଙ୍ଗଲୀ ଭାଲୁଟି ଆହତ ହୋଇ ଗଛ ଉପରେ ବସି ରହିଛି। ତା ଦେହରେ ଦୁଇଟି ତୀର ବାଜିଛି।
ଶିକାରୀ ତୀରରେ ଭାଲୁଟି ଆହତ ଅବସ୍ଥାରେ ଗଛ ଉପରେ ଚଢି ଯାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଭାଲୁକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଛନ୍ତି। ଭାଲୁକୁ ଗଛ ଉପରୁ ଉଦ୍ଧାର ପାଇଁ ବନବିଭାଗର ଏକ ଟିମ୍ ଗାଁରେ ପହଞ୍ଚିଛନ୍ତି।