ସ୍ତ୍ରୀ ଉପରେ ରାଗ ରଖି ଶ୍ୱଶୁର ଘରେ ନିଆଁ ଲଗାଇଦେଲା ଜ୍ୱାଇଁ

ସ୍ୱାମୀ ସ୍ତ୍ରୀ କଳହ ପାଇଁ ଶ୍ୱଶୁର ଘରେ ଲାଗିଲା ନିଆଁ । ଆଉ ନିଆଁ ଲଗାଇଲା ଜ୍ୱାଇଁ । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁ ଆଳତୁମା ଗାଁରେ ଘଟିଛି ଏଭଳିଆ ଘଟଣା । ତେଲକୋଇ ଥାନା କାଳୀମା ଗାଁର ଜ୍ୱାଇଁ ଦୁଷ୍ମନ୍ତ ପେଣ୍ଠେଇ ।

କାମାକ୍ଷାନଗର(କେନ୍ୟୁଜ): ସ୍ୱାମୀ ସ୍ତ୍ରୀ କଳହ ପାଇଁ ଶ୍ୱଶୁର ଘରେ ଲାଗିଲା ନିଆଁ । ଆଉ ନିଆଁ ଲଗାଇଲା ଜ୍ୱାଇଁ । ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁ ଆଳତୁମା ଗାଁରେ ଘଟିଛି ଏଭଳିଆ ଘଟଣା । ତେଲକୋଇ ଥାନା କାଳୀମା ଗାଁର ଜ୍ୱାଇଁ ଦୁଷ୍ମନ୍ତ ପେଣ୍ଠେଇ । କାମାକ୍ଷାନଗର ନୂଆଁ ଆଳତୁମା ଗାଁର ସୁରେନ୍ଦ୍ର ସାମଲଙ୍କ ଝିଅ ଶକୁନ୍ତଳା ପେଣ୍ଠେଇକୁ ବିବାହ କରିଥିଲେ ।

ଜ୍ୱାଇଁ ଦୁଷ୍ମନ୍ତ ସବୁବେଳେ ନିଶାଗ୍ରସ୍ତ ହୋଇ ରହିବା ସହି ସ୍ତ୍ରୀ ପିଲା ଛୁଆଙ୍କୁ ସବୁବେଳେ ମାଡପିଟ କରିଥାନ୍ତି । ଯାହାଫଳରେ କି ଉପାୟ ନପାଇ ସ୍ତ୍ରୀ ଶକୁନ୍ତଳା ବାପା ଘର ନୂଆଁ ଆଳତୁମାରେ ଆସି ରହୁଥିଲେ । କିନ୍ତୁ ଦୁଷ୍ମନ୍ତ ଗତକାଲି ସନ୍ଧ୍ୟାରେ ଆସି ପହଁଚିଥିଲା ଶ୍ୱଶୁର ଘରେ । ସେଠାରେ ପହଁଚି ପାଟିତୁଣ୍ଡ କରିବା ସହିତ ବିଳମ୍ବିତ ରାତିରେ ଶ୍ୱଶୁର ଘରେ ନିଆଁ ଲଗାଇଦେଇ ଫେରାର ହୋଇଯାଇଥିଲା । ସେହି ସମୟରେ ଘର ଭିତରେ ଶ୍ୱଶୁର ସୁରେନ୍ଦ୍ର, ଶାଶୁ କୁନି ସାମଲ ଓ ସମ୍ପର୍କୀୟ ଅରବିନ୍ଦ ପେଣ୍ଠେଇ ,ପୁଷ୍ପ ପେଣ୍ଠେଇ ଶୋଇଥିଲେ ।

ଘରର ୩ ବଖରା ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବାବେଳେ ଘରେ ଥିବା ୪ଜଣ ଅଳ୍ପକେ ବର୍ତ୍ତିଗଯାଇଥିବା ଜଣାପଡିଛି । ସମ୍ପୂର୍ଣ୍ଣ ଭାବରେ ଘରର ସମସ୍ତ ଆସବାହପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଏହାପରେ ସକାଳୁ ପରିବାର ଲୋକେ ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିବା ସହିତ ଜ୍ୱାଇଁ ଦୁଷ୍ମନ୍ତ ସେହି ଗାଁ ନିକଟରେ ଥିବାରୁ ତାକୁ କାବୁ କରି ପୋଲିସ ଜିମା ଦିଆଯାଇଛି । ଥାନାରେ ମାମଲା ପରେ ଜ୍ୱାଇଁଙ୍କୁ ଅଟକ ରଖି ଏବେ ଅଧିକ ପଚରାଉଚରା କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.