ଚିକିତ୍ସା ଅବହେଳା ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପରିବାର ଲୋକଙ୍କ ଦାବି

ଚିକିତ୍ସା ଅବହେଳାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ତେବେ ମୃତ ମହିଳା ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ପଂଚାୟତ କୋରଣ୍ଟ ଅଞ୍ଚଳର ରଜନୀ ମହାପାତ୍ର ।

ଭଦ୍ରକ (କେନ୍ୟୁଜ): ଅବହେଳା କାରଣରୁ ଚାଲିଗଲା ଦୁଇ ଦୁଇଟା ନୀରିହ ଜୀବନ । ଚିକିତ୍ସା ଅବହେଳା ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଉ ଦିନ କେଇଟା ଯାଇଥିଲେ ଘରେ ଖୁସିର ମାହୋଲ ହୋଇଥାନ୍ତା । କିନ୍ତୁ ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା କାରଣରୁ ମା’ ଓ ଶିଶୁ ଆରପାରିକୁ ଚାଲି ଯାଇଛନ୍ତି । କିନ୍ତୁ ଏ ଦୁଃଖକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ଆଉ ହସ୍ପିଟାଲ ଭିତରେ ହିଁ ନ୍ୟାୟ ପାଇଁ ପରିବାର ଲୋକେ ଅଡ଼ି ବସିଥିଲେ ।

ଚିକିତ୍ସା ଅବହେଳାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ତେବେ ମୃତ ମହିଳା ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ପଂଚାୟତ କୋରଣ୍ଟ ଅଞ୍ଚଳର ରଜନୀ ମହାପାତ୍ର । ସେ ୯ ମାସର ଗର୍ଭବତୀ ଥିଲେ ।

ସୂଚନା ଅନୁଯାୟୀ ରଜନୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ ନୂଆ MCHକୁ ନିଆ ଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କାଲି ରାତିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସାମାନ୍ୟ ଉତେଜନା ଲାଗିଥିଲା । ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଏପରି ଅଭିଯୋଗ କୁ ମେଡିକାଲ କତ୍ତୃପକ୍ଷ ଖଣ୍ଡନ କରିବା ସହିତ ଚିକିତ୍ସା ଠିକ୍‌ ଭାବେ ହୋଇଥିବା କହିଛନ୍ତି ।

ଘଟଣା ଯାହା ବି ହେଉନା କାହିଁକି ଅକାଳରେ ଦୁଇ ଦୁଇ ଟା ଜୀବନ ଶେଷ ହୋଇଗଲା । ପରିବାର ଲୋକେ କୁନି ଅତିଥିକୁ ଅପେକ୍ଷା କରିଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ଘଟିବ । ତେବେ ଏ ପରିବାର ବର୍ତ୍ତମାନ ନ୍ୟାୟ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.