ବ୍ରହ୍ମପୁର ଆମ୍ବ ବଜାରରେ ଭଳିକି ଭଳି ଆମ୍ବ ପସରା, ୮୨ଟି ଷ୍ଟଲରେ ବିକ୍ରି ହେଉଛି ବିଭିନ୍ନ ରକମର ଆମ୍ବ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ଆମ୍ବବଜାରରେ ଏବେ ଭଳିକି ଭଳି ଆମ୍ବ ପସରା । ନିଜ ନିଜ ମନପସନ୍ଦର ଆମ୍ବ କିଣିବାକୁ ଗ୍ରାହକ ଓ ଖୁଚୁରା ବେପାରୀଙ୍କ ଭିଡ଼ । ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ବଜାର ଆରମ୍ଭ ହୋଇ ଜୁଲାଇ ମାସରେ ଶେଷ ହୋଇଥାଏ ଏହି ବଜାର । ଚଳିତବର୍ଷ ଆମ୍ବ ଉତ୍ପାଦନ ଭଲ ହୋଇଥିବାରୁ ଦୈନିକ ଶହେରୁ ଦେଢ଼ଶହ ଟ୍ରକ ଆମ୍ବ ବ୍ରହ୍ମପୁର ଆସୁଛି । ଉତ୍ପାଦନ ଅଧିକ ରହୁଥିବାରୁ ଦର ମଧ୍ୟ ଟିକେ କମ୍‌ ରହିଛି । ବର୍ତ୍ତମାନ ୮୨ଟି ଷ୍ଟଲରେ ଆମ୍ବ ବିକ୍ରି ହେଉଛି ।

mangoକେବଳ ଆମ ରାଜ୍ୟ ନୁହେଁ ଏଠୁ ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ଆମ୍ବ ରପ୍ତାନୀ ହୋଇଥାଏ । ଦୀର୍ଷ ୬୦ବର୍ଷ ଧରି ଗ୍ରାହକଙ୍କୁ ଆମ୍ବ ଯୋଗାଇ ଆସୁଛି ବ୍ରହ୍ମପୁରର ଏହି ବଜାର । ପ୍ରଥମେ କର୍ପୋରେସନ ରୋଡ ତାପରେ ଚର୍ଚ୍ଚ ରୋଡ ଆଉ ୧୯୯୫ ମସିହାରୁ ନୀଳକଣ୍ଠେଶ୍ୱର ମନ୍ଦିର ରାସ୍ତାରେ ଚାଲିଛି ବ୍ରହ୍ମପୁର ଆମ୍ବ ବଜାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.