Below header

ବ୍ରହ୍ମପୁରକୁ ବି ବ୍ୟାପିଛି ଧଳାଜହର କାରବାରର ଚେର , ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୧୫ ଗ୍ରାମ ୭୭ ମିଲିଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ମୋଟର ସାଇକେଲ , ଦୁଇଟି ମୋବାଇଲ ଓ ଦୁଇ ହଜାର ୮ଶହ ୮୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ବ୍ରହ୍ମପୁର ଗାନ୍ଧୀ ନଗର ତୃତୀୟ ଲାଇନର ସନ୍ଦୀପ ଅଗ୍ରୱାଲ ଓରଫ ସାଣ୍ଡି ଓ ଅରବିନ୍ଦ ନଗର ଦ୍ୱିତୀୟ ଲାଇନର ପ୍ରଭୂ କଲ୍ୟାଣ ପଣ୍ଡା ।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୫୨ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଗିରଫ ଦୁଇ ଜଣ କେବେଠାରୁ ବ୍ରହ୍ମପୁର ସହରର ବ୍ରାଉନ ସୁଗାର ବ୍ୟବସାୟ କରିଆସୁଥିଲେ। କେଉଁ ମାନଙ୍କୁ ଦେଉଥିଲେ ଓ କେଉଁ ସ୍ଥାନରୁ ଆଣୁଥିଲେ ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରହିଥିବା ବେଳେ ଏହି ଚେର କେଉଁ ଆଡ଼େ ଲମ୍ୱିଛି ଓ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହା ଜଣାପଡିବ । ଗିରଫ ଦୁଇଜଣଙ୍କ ଆଜି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.