୧୧୨ କୋଟି ଟଙ୍କାରେ ବିକ୍ରି ହେଲା ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’

ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଦେଖିବାକୁ ମିଳିବ । ଚଳିତ ବର୍ଷ ସ୍ୱାଧୀନତା ଦିବସ ସପ୍ତାହରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା, କିନ୍ତୁ କରୋନାଭାଇରସ୍ କାରଣରୁ ଏହି ପ୍ଲାନ ବି ଫେଲ ମାରିଛି । ତେବେ ଏଥିପାଇଁ ଚଳଚ୍ଚିତ୍ରର ନିର୍ମାତାମାନେ ଅପେକ୍ଷା କରିବା ଅପେକ୍ଷା ଫିଲ୍ମକୁ OTT ପ୍ଲାଟଫର୍ମରେ ବିକ୍ରି କରିବା ଭଲ ବୋଲି ଭାବିଥିଲେ ।

ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହି ଚଳଚ୍ଚିତ୍ର ବିକ୍ରୟ ବଦଳରେ ସେମାନେ କେତେ ଟଙ୍କା ପାଇଛନ୍ତି? ତେବେ ଫିଲ୍ମ ସହ ଜଡିତ ସୂତ୍ର ଅନୁଯାୟୀ ଏହି ଚୁକ୍ତି 112 କୋଟି ଟଙ୍କା ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରର ମୂଲ୍ୟ ପ୍ରାୟ 80 କୋଟି ଥିଲା। ଏହିପରି ଫିଲ୍ମର ନିର୍ମାତାମାନଙ୍କୁ ସିଧାସଳଖ 32 କୋଟି ଲାଭ ହୋଇଛି ।

ଯଦି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ରିଲିଜ୍ ହୋଇଥାନ୍ତା, ତେବେ ଲାଭ ଅଧିକ ହୋଇଥାନ୍ତା, କିନ୍ତୁ ଫ୍ଲପ୍ ହେବାର ଆଶଙ୍କା ମଧ୍ୟ ରହିଥିଲା । ଯଦିଓ OTTରେ ଲାଭ ହ୍ରାସ ପାଇଛି କିନ୍ତୁ ଏହି ସମୟରେ ଏହା କୌଣସି କମ୍ ଲାଭ ନୁହେଁ । ‘ଭୁଜ୍ ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ ହେଉଛି ଏକ ୱାର ଡ୍ରାମା ଆକ୍ସନ୍ ଫିଲ୍ମ । 1971 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଘଟିଥିବା ଏକ ଘଟଣାକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ । ଅଜୟ ଦେବଗନ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.