ବହୁ ଚର୍ଚ୍ଚିତ ଦିଗପହଣ୍ଡି ପାଳଝଡି ଡବଲ ମର୍ଡର ଘଟଣା: ୯ ଜଣଙ୍କୁ ଗିରଫ କଲା ପୋଲିସ୍

ବ୍ରହ୍ମପୁର(କେନ୍ୟୁଜ): ବହୁ ଚର୍ଚ୍ଚିତ ଦିଗପହଣ୍ଡି ଥାନା ପାଳଝଡି ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡ ପାଇଁ ୫୦ ହଜାର ଟଙ୍କା ସୁପାରି ଦେଇଥିଲା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ଼ । ୩ ଅଭିଯୁକ୍ତଙ୍କୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଏହି ୪ ଅଭିଯୁକ୍ତଙ୍କ ସହ ଅନ୍ୟ ୫ଜଣ ମଧ୍ୟ ଡବଲ ମର୍ଡରରେ ସହାୟତା କରିଥିଲେ ।

ଗତ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କ ପତ୍ନୀ ପରାଜିତ ହେବା ପରେ ଏଭଳି ସୁଚିନ୍ତିତ ହତ୍ୟା ଯୋଜନା କରାଯାଇଥିବା ଜଣାପଡ଼ିଛି । ହତ୍ୟାରେ ବ୍ୟବହୃତ ଆଇରନ ରଡ୍‌, ୩ଟି ବାଇକ୍‌, ପଥର, ସିମେଣ୍ଟ ଖଣ୍ଡ ଜବତ କରିଛି ପୋଲିସ । ଏହାସହ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଗୌଡ ଦୀର୍ଘ ବର୍ଷ ଧରି ଗଞ୍ଜେଇ ବେପାର କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.