ବେଆଇନ ଡିଜିଟାଲ ଋଣ ଦେବା ପଡିଲା ମହଙ୍ଗା: ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW

ଭୁବନେଶ୍ବର(କେନ୍ୟୁଜ): ବେଆଇନ ଡିଜିଟାଲ ଋଣ ଦେଉଥିବା ଆପର ୬କୋଟି ୫୭ଲକ୍ଷ ଫ୍ରିଜ । ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW । କୋକୋ, ଜୋଜୋ ଆପରେ ଦେଢ଼ ଲକ୍ଷ ଲୋକ ଡାଉନଲୋଡ୍‌ କରିଛନ୍ତି । ଏହି ଆପରେ ଅନେକ ଓଡ଼ିଆ ଲୋକ ଥିବା ଜଣାପଡ଼ିଛି । EOW ନିକଟରେ ବହୁ ଲୋକ ଅଭିଯୋଗ କରିଥିଲେ । ଏହି ବେଆଇନ ଆପରେ ୩ରୁ ୫ହଜାର ଲୋନ୍‌ ଦେଇଥାନ୍ତି ।

ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ଏକ ସପ୍ତାହ ମଧ୍ୟରେ ଗ୍ରାହକଙ୍କୁ ଅତି ଅଧିକ ସୁଧରେ ଟଙ୍କା ସୁଝିବାକୁ ବାଧ୍ୟ କରାଯାଏ । ହ୍ଵାଟ୍‌ସଆପ୍‌ ଭିଡିଓ କଲ ମେସେଜରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥାନ୍ତି । ଏହି ଆପ୍‌ର ଅଧିକ ତଥ୍ୟ ହାସଲ ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ବୈଷୟିକ ଟିମର ସହାୟତା ନେଉଛି EOW ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.