ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ୬ରୁ ଲଘୁଚାପ

କେନ୍ୟୁଜ: ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୪ ଦିନ ମଧ୍ୟରେ ଅବପାତ ସୃଷ୍ଟି ହେବ । ତେବେ ସମ୍ଭାବ୍ୟ ବାତ୍ୟା ନେଇ IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଆଜି ଓ ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ପବନର ବେଗ ୪୦ କିଲୋମିଟରରୁ ୫୦ କିଲୋମିଟର ରହିବ ।

ସେପଟେ ପାଣିପାଗ ସଂସ୍ଥା ୱିଣ୍ଡିର ୟୁରୋପୀୟ ଓ ଆମେରିକା ମଡେଲ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି। ଉଭୟ ମୋଡେଲରେ ରହିଛି ବାତ୍ୟା। କିନ୍ତୁ ଗତିପଥ ଓ ତୀବ୍ରତା ଅଲଗା ଅଲଗା। ରହିଛି । ୟୁରୋପୀୟ ମଡେଲ ECMWFର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓଡ଼ିଶା ଅତିକ୍ରମ ଉପକୂଳକୁ ଦେଖାଯାଉଛି । ବାତ୍ୟାର ତୀବ୍ରତା ଓଡ଼ିଶାରେ ଅଧିକ ନ ରହିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଆମେରିକାନ୍‌ ମଡେଲ୍‌ GFSରେ ତୀବ୍ରତା ବେଶୀ ରହିଛି । ସେହିପରି ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ମୁହାଁଇବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.