Below header

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ଚାରି ଦିଗକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ବାହାରୁଥିବା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି ଜିଲ୍ଲା ପ୍ରଶାସନ ଏବେ ବ୍ରହ୍ମପୁର ସହରକୁ ଚତୁଃ ଦିଗରୁ ସିଲ୍‌ କରିଛି । ଯାହାଫଳରେ କୈାଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି ।

ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସାମଗ୍ରୀ ମୁକ୍ତ ରହିବ ବୋଲି ସୋମବାର ଅନୁଷ୍ଠିତ ପ୍ରେସମିଟ୍‌ରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.