ଆରେ ! ଅମିତାଭ ବଚ୍ଚନଙ୍କୁ ହେଲା, ଆମେ ବା କିଏ ମ ?

ସେ ନାଁରେ ବଡ଼ । କାମରେ ବି ବଡ଼ । କୋଟି କୋଟି ଟଙ୍କାର ମାଲିକ । ଏତେ ଜଗି ଜଗି ଯଦି ତାଙ୍କୁ କରୋନା ହେଲା ତେବେ ଆମେ ତ ଛାର । ଆଜ୍ଞା ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ପରେ ଏମିତି ଏକ ଚର୍ଚ୍ଚା ଚାଲିଛି ସାଧାରଣ ଲୋକଙ୍କ ଭିତରେ । ବିଗ୍ ‘ବି’ ନିଜ ଘରେ ରହୁଥିଲେ ଏବଂ ସବୁ ନିୟମ ମାନୁଥିଲେ । ପୁଣି ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ । ତଥାପି ତାଙ୍କୁ କେମିତି ଭାଇରସ୍ ଆକ୍ରମଣ କଲା ସେ କଥା ଲୋକଙ୍କ ମୁଣ୍ଡରେ ପଶୁ ନାହିଁ ।
ତେବେ ଆମେ ଏଠି କହି ରଖୁଛୁ ଯେ ଯଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ରାଜକୁମାର ପ୍ରିନ୍ସ ଚାର୍ଲସ, କାନାଡ଼ାର ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ କରୋନା ହୋଇ ପାରୁଛି ତେବେ ଅମିତାଭଙ୍କୁ କାହିଁକି ନହେବ । ଅବଶ୍ୟ କାରଣ ଖୋଜିବାକୁ ପଡ଼ିବ ଯେ ସେ କାହା ସଂସ୍ପର୍ଶରେ ଆସିଲେ ଏବଂ କେମିତି ସଂକ୍ରମିତ ହେଲେ ? ସବୁ ସତର୍କତା ଅବଲମ୍ବନ କରି କିଭଳି ତାଙ୍କୁ କରୋନା ଆକ୍ରମଣ କଲା ?

maskଇଏ ତ ଗଲା ବଡ଼ବଡ଼ିଆଙ୍କ କଥା । ତାହାହେଲେ ଆମ ଭଳି ସାଧାରଣ ଲୋକେ କଣ କରିବେ ? ଅମିତାଭଙ୍କୁ ତ ବଜାର ହାଟ କରିବାକୁ ପଡୁନାହିଁ । ତାଙ୍କ ପାଖରେ ଲୋକ ଅଛନ୍ତି । ଆମକୁ ତ ପରିବାର ଚଳାଇବାକୁ ହେବ । ତେଣୁ ଯେମିତି ହେଉ ବାହାରକୁ ବାହାରିବୁ । ଏଥିରେ ତ ଚାରିଆଡ଼େ ବୁଲୁଥିବା କରୋନା ଆମକୁ ଯେକୌଣସି ମୁହୂର୍ତ୍ତରେ ଧରି ପକାଇବ । ଆଜ୍ଞାା ହଁ । ଏକଥା ଏକଦମ୍ ସତ । ଆମକୁ ଅମିତାଭ ବଚ୍ଚନଙ୍କ ଠାରୁ ବି ଅଧିକ ସତର୍କ ରହିବାକୁ ପଡ଼ିବ । କାରଣ ଆମ ଉପରେ ପରିବାର ନିର୍ଭର କରୁଛି । ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ସବୁମତେ କରୋନା ଠାରୁ ଦୂରେଇ ରହିବା ଲାଗି ସୁରକ୍ଷା ନିୟମଗୁଡ଼ିକ ମାନିବାକୁ ହେବ । କଣ ଆଉ ଭାବୁଛନ୍ତି ଏତେ ।

ମାସ୍କ ଆମ ଶରୀରର ଅଙ୍ଗ ହୋଇଗଲାଣି ଏବଂ ହାତ ଧୋଇବାର ଅଭ୍ୟାସ ବି ପଡ଼ିଗଲାଣି । ଖାଲି ଟିକେ ଆମ ଆଖପାଖ ଲୋକଙ୍କୁ ସତର୍କ ଓ ସଚେତନ କରିବାର ଅଛି । କାରଣ ସମସ୍ତେ ସତର୍କ ହେଲେ ଯାଇ କରୋନାଠୁ ଆମେ ବର୍ତ୍ତ ପାରିବା । ଯେ ପର‌୍ୟ୍ୟନ୍ତ ଏହାର ଭ୍ୟାକସିନ୍ ବାହାରି ନାହିଁ ସେ ଯାଏ ଏମିତି ଭାବରେ ଆମକୁ ବଞ୍ଚିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.