ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ଫୋରେନ୍ସିକ୍‌ ଟିମ୍‌କୁ ଭେଟିଲା ମୁମ୍ବାଇ ପୋଲିସ, ଯାଞ୍ଚ ବେଳେ ଆଗକୁ ଆସିଲା ଏହି କଥା

ମୁମ୍ବାଇ : ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଏବେ ଧିରେ ଧିରେ ତା’ର ଶେଷ ପର୍ଯ୍ୟାୟ ରିପୋର୍ଟ ଆଡକୁ ଅଗ୍ରସର ହେଉଛି । ଶନିବାର ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ କରୁଥିବା ୫ ଜଣ ଫୋରେନ୍ସିକ ଅଧିକାରୀଙ୍କୁ ଅଲଗା ଅଲଗା ଭେଟି ରିପୋର୍ଟ ସଂଗ୍ରହ କରିଛନ୍ତି ।

ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଫୋରେନ୍ସିକ ଟିମ୍‌ ତାହାର ରିପୋର୍ଟ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଦେବ । ଏହା ଭିତରେ ଆଉ ଯେଉଁ କିଛି ଲୋକ ରହିଯାଇଛନ୍ତି ସେମାନଙ୍କ ଷ୍ଟେଟ୍‌ମେଣ୍ଟ ମଧ୍ୟ ମୁମ୍ବାଇ ପୋଲିସ ରେକର୍ଡ କରିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

sushant-singh-0000

ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଯେ ଫୋରେନ୍ସିକ୍‌ ଟିମ୍‌ ସହ ଭେଟିବା ପରେ ମୁମ୍ବାଇ ପୋଲିସକୁ ସେମିତି କିଛି ଚକିତ କଲା ଭଳି ତଥ୍ୟ ମିଳିନାହିଁ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଏହା ପୂର୍ବରୁ ପୋଲିସ୍‌ ସଲ୍‌ମାନ୍‌ ଖାଁଙ୍କ ପୂର୍ବ ମ୍ୟାନେଜରକୁ ଭେଟି ତାଙ୍କର ଷ୍ଟେଟ୍‌ମେଣ୍ଟ ମଧ୍ୟ ରେକର୍ଡ କରିଥିଲା ।

ସୁଶାନ୍ତ ସିଂହଙ୍କୁ ନେଇ ବଲିଉଡ୍‌ରେ କିଛି ବି ଘେରା ବନ୍ଦୀ ହୋଇଥିଲା କି ନାହିଁ ପୋଲିସ ସେ ସମ୍ପର୍କରେ ଜାଣିବାକୁ ତଦନ୍ତ ଜାରି ରଖିଥିଲା । ତେବେ ୧୫ରୁ ୨୦ ଦିନ ମଧ୍ୟରେ ପୋଲିସ୍‌ ସୁଶାନ୍ତ ସିଂହଙ୍କ ସବୁ ରିପୋର୍ଟ ଏକାଠି କରିବ ବୋଲି ଜଣାପଡ଼ିଛି । ଯାହାକି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲି ପାରିବ ।

ତେବେ ସୁଶାନ୍ତଙ୍କ ତଦନ୍ତକୁ ନେଇ ପୋଲିସ କାର୍ଯ୍ୟାଧାରା ଉପରେ ମଧ୍ୟ କିଛି ବ୍ୟକ୍ତି ପ୍ରଶ୍ନ ବାଚି ଲଗାଇଛନ୍ତି । ତେଣୁ ଏହି ମାମଲାକୁ ସିବିଆଇକୁ ଦେବା ପାଇଁ ବଲିଉଡ୍‌ ଓ ରାଜନୀତି ସହ ଜଡିତ କିଛି ବ୍ୟକ୍ତି ମଧ୍ୟ ଦାବି କରିଛନ୍ତି । ଆଗାମୀରେ ମାମଲା କ’ଣ ହେବ ତାହା ପୋଲିସର ଦାଖଲ ରିପୋର୍ଟ ଉପରେ ନିର୍ଭର କରିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.