ଭଦ୍ରକ : ୧୫ ନମ୍ବର ଓ୍ଵାର୍ଡ଼ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ କାହାର ପଲ୍ଲା ଭାରୀ

ଭଦ୍ରକ : ଭଦ୍ରକ ପୌର ପାଳିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ୱାର୍ଡ ହେଉଛି ୧୫ ନମ୍ବର ୱାର୍ଡ। ଏହି ୱାର୍ଡରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ । ଏଠାରେ ବିଜେଡିରୁ ଭକ୍ତିସୁଧା ରାଉତ ପ୍ରାର୍ଥୀ ହୋଇ ଥିଲା ବେଳେ ବିଜେପିରୁ ଜ୍ୟୋତିର୍ମୟୀ ପଟ୍ଟନାୟକ ଏବଂ କଂଗ୍ରେସରୁ ଊର୍ମିଳା ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ୱାର୍ଡରେ ୩୨ ଶହରୁ ଅଧିକ ଭୋଟର ଅଛନ୍ତି । ତେବେ ଏହି ତିନି ପ୍ରାର୍ଥୀ ତିନି ପ୍ରମୁଖ ଦଳରୁ ଥିଲା ବେଳେ ମୋନାଲିସା ମହାନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅଛନ୍ତି।

ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭକ୍ତିସୁଧା ରାଉତ ପ୍ରଚାର ଓ ଲୋକ ସମ୍ପର୍କ ରକ୍ଷାରେ ଆଗରେ ଥିବା ଲୋକେ ଆଲୋଚନା କରୁଛନ୍ତି । ପୂର୍ବରୁ ତାଙ୍କ ସ୍ୱାମୀ ଏହି ଓ୍ଵାର୍ଡ଼ରେ କାଉନସିଲର ଥିଲେ। ସେତବେଳେ ଅନେକ ଗୁଡିଏ ବିକାଶମୂଳକ କାର୍ଯ୍ୟ କରିଥିଲେ । ସେହିପରି ବିଜେଡି ପ୍ରାର୍ଥୀଙ୍କ ଦିଅର ମଧ୍ୟ ଗତ ୨୦୧୩ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅବଶ୍ୟ ସେଥର ଧର୍ମଗୁଳାରେ ହାରି ଯାଇଥିଲେ ତେବେ ଲୋକଙ୍କ ସହିତ ଦୀର୍ଘ ୮ ବର୍ଷ ହେଲା ରହି ବିଭିନ୍ନ କାର୍ଯ୍ୟ କରୁଥିଲେ ।

BHADRAK-2

ଏହି ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ଭକ୍ତିସୁଧା ବିଜେଡିରୁ ପ୍ରଥମ କରି ନିର୍ବାଚନ ଲଢ଼ୁଛନ୍ତି । ସେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଏହି ୱାର୍ଡର ମୌଳିକ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିବା ଏବଂ ରାସନ କାର୍ଡ ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଭୋଟ୍‌ ପ୍ରଚାର କରୁଛନ୍ତି । ତାଙ୍କ ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମଧ୍ୟ ନିର୍ବାଚନ ପ୍ରଚାର କରିଛନ୍ତି । ଏଥର କୁଆଁସ ୱାର୍ଡର ସଚେତନ ଭୋଟରମାନେ ତାଙ୍କୁ ବିଜୟୀ କରାଇବେ ବୋଲି ଭକ୍ତିସୁଧା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.