ଭଞ୍ଜନଗର ପୋଲିସ୍ ଦ୍ବାରା ୫୮୨ କିଲୋ ଗଞ୍ଜେଇ ନଷ୍ଟ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍ ଦ୍ବାରା ୧୬ଟି ମାମଲାରେ ଜବତ ହୋଇଥିବା ୫୮୨ କିଲୋ ଗଞ୍ଜେଇକୁ ନଷ୍ଟ କରାଗଲା । ମାନ୍ୟବର ଅଦାଲତ ଓ ଡ୍ରଗ୍ ଡିସ୍ପୋଜାଲ୍ କମିଟି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ, ଶେରଗଡ଼ ଠାରେ ରହିଥିବା ଓ୍ବେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ରେ, ଜବତ ଗଞ୍ଜେଇ ଗୁଡ଼ିକୁ ନଷ୍ଟ କରାଯାଇଥିଲା ।

ଘଟଣାସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ ରାଏ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନାଧିକାରୀ ଧିରେଶ କୁମାର ଦାସ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.