ଭାଇରାଲ ହେଲା ଶିକ୍ଷକଙ୍କ ଛୁଟି ଦରଖାସ୍ତ, କହିଲେ: ୫ ତାରିଖ ୮ ଟା ସମୟରେ ମୋ ମାଙ୍କର ହେବ ମୃତ୍ୟୁ …

ଆଜିକାଲି ବିହାରର ଶିକ୍ଷକମାନେ ଏକ ଅଜବ ଢଙ୍ଗରେ ଦରଖାସ୍ତ ଲେଖି ସେମାନଙ୍କ କାଜୁଆଲ୍ ଛୁଟି ପାଇଁ ଛୁଟି ମାଗୁଛନ୍ତି। ଛୁଟି ମାଗିବାର ଏପରି କିଛି କିଛି ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଆସନ୍ତା ଏକ ସପ୍ତାହରେ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି, ୪ ଦିନ ପରେ ବିବାହରେ ଅଧିକ ଖାଦ୍ୟ ଖାଇବା ପରେ ପେଟ ଖରାପ ହେବାର ସମ୍ଭାବନା ଅଛି। କିଛି ଦିନ ପରେ ଅସୁସ୍ଥ ହେବି କହି ପ୍ରିନ୍ସିପାଲଙ୍କୁ ଛୁଟି ମାଗିଛନ୍ତି। ଏପରି କିଛି କଥା କହି ଛୁଟି ଆବେଦନଗୁଡିକ ଲେଖାଯାଇଛି। କାରଣ ଜିଲ୍ଲା ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି ଯେ କାଜୁଆଲ୍ ଛୁଟି ପାଇଁ ଆବେଦନକୁ ୩ ଦିନ ପୂର୍ବରୁ ଦେବାକୁ ପଡିବ।

ମୁଙ୍ଗେର, ଭାଗଲପୁର ଓ ବଙ୍କା ଜିଲ୍ଲାରେ ଶିକ୍ଷକମାନଙ୍କ କାଜୁଆଲ୍ ଛୁଟି ଦାବି ସମ୍ପର୍କରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଶିକ୍ଷକମାନଙ୍କୁ ୩ଦିନ ପୂର୍ବରୁ କାଜୁଆଲ୍ ଛୁଟି ପାଇଁ ଆବେଦନ କରିବାକୁ ପଡିବ। ଯଦି ସେମାନେ ତାହା ନକରନ୍ତି, ତେବେ ସେମାନଙ୍କର ଛୁଟି ଗ୍ରହଣ କରାଯିବ ନାହିଁ। ଏହି ଆଦେଶରେ ଶିକ୍ଷକମାନେ ବହୁତ ରାଗିଛନ୍ତି। ଶିକ୍ଷକ ମାନେ କହିଛନ୍ତି ହଠାତ୍ ପରିସ୍ଥିତି ଯୋଗୁଁ ଛୁଟି ନିଆଯାଏ। ୩ ଦିନ ପୂର୍ବରୁ ଆସୁଥିବା ଅସୁବିଧାକୁ କେହି କିପରି ପୂର୍ବାନୁମାନ କରିପାରିବେ। ଏହି ଆଦେଶ ପ୍ରତ୍ୟାହାର କରିବାକୁ ଶିକ୍ଷକମାନେ ସରକାରଙ୍କୁ ଦାବି କରୁଛନ୍ତି।

ଭାଇରାଲ ହେଉଥିବା ସମସ୍ତ ଆବେଦନ ମଧ୍ୟରେ ଶିକ୍ଷକ ଅଜୟ କୁମାର ଗୋଟିଏ ଛୁଟିରେ ଲେଖିଛନ୍ତି ଯେ ଡିସେମ୍ବର ୫ ସୋମବାର ଦିନ ୮ ଟା ସମୟରେ ମୋ ମାଙ୍କର ମୃତ୍ୟୁ ହେବ। ସେଥିପାଇଁ ମୁଁ ତାଙ୍କର ଶେଷ ରୀତିନୀତି ପାଇଁ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ମୋ ସ୍କୁଲରେ ଅନୁପସ୍ଥିତ ରହିବି। ଅନ୍ୟ ଏକ ଆବେଦନରେ ଶିକ୍ଷକ ରାଜ ଗୌରବ ଲେଖିଛନ୍ତି ଯେ ସେ ଡିସେମ୍ବର ୪ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅସୁସ୍ଥ ହେବେ, ଯେଉଁଥିପାଇଁ ସେ ସ୍କୁଲକୁ ଆସିପାରିବେ ନାହିଁ।

ସେହିପରି ଏକ ଆବେଦନରେ ନୀରଜ କୁମାର ଲେଖିଛନ୍ତି ଯେ ପେଟ ବ୍ୟଥା ହେତୁ ସେ ଡିସେମ୍ବର ୭ ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ସ୍କୁଲ କାମ କରିବାରେ ଅସମର୍ଥ ହେବେ। କାରଣ , ମୁଁ ୭ ଡିସେମ୍ବରରେ ଏକ ବିବାହ ଉତ୍ସବରେ ଯୋଗଦେବି ସେଠାରେ ବିବାହ ଭୋଜି ଖାଇବା ପରେ ମୋର ଶରୀର ଅସୁସ୍ଥ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.