ଦେଶୀ ମଦ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଟକ

ବାଙ୍କୀ(କେନ୍ୟୁଜ୍) : ଦେଶୀ ମଦ ସହ ପିକ ଅପ୍ ଭ୍ୟାନ ଜବତ। ଗତକାଲି ରାତିରେ ପଶ୍ଚିମ ବାଙ୍କୀ ବୈଦେଶ୍ୱର ଠାରୁ ବାଙ୍କୀ ଯାଉଥିବା ଏକ ପିକଅପ୍ ଭ୍ୟାନରୁ ପାଞ୍ଚ ବସ୍ତା ଦେଶୀ ମଦ ପ୍ୟାକେଟ ଜବତ କରାଯାଇଛି। ପିକଅପ୍ ଭ୍ୟାନଟି ଏହି ଦେଶୀ ମଦ ନେଇ ଯାଉଥିବା ବେଳେ କଟକ ଅବକାରୀ ବିଭାଗର ସ୍ପେସିଆଲ ସ୍କ୍ୱାର୍ଡ ଦ୍ଵାରା ଚଢାଉ କରାଯାଇଥିଲା।
ପିକଅପ୍ ଭ୍ୟାନ୍ ସହିତ ଗାଡ଼ିରେ ଯାଉଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ଅବକାରୀ ଅଧିକାରୀ। ତେବେ ଏହି ଦେଶୀ ମଦ ବୋଝେଇ ଗାଡ଼ିଟି ଅବକାରୀ ବିଭାଗର କର୍ମଚାରୀ ଯାଉଥିବା କାରକୁ ଧକ୍କା ଦେଇଥିବା ଜଣା ପଡ଼ିଛି।