ରଣକ୍ଷେତ୍ର ପାଲଟିଲା ରାସ୍ତା: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର(କେନ୍ୟୁଜ୍): ରଣକ୍ଷେତ୍ର ପାଲଟିଲା ରାସ୍ତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ। ୨୦ ମିନିଟ୍‌ ଧରି ରେଲୱେ ଷ୍ଟେସନ ପାଲଟିଥିଲା ରଣ କ୍ଷେତ୍ର । ଯିଏ ବି ବିରୋଧ କରୁଥିଲା କିମ୍ବା ଦୋକାନୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ଦୁର୍ବୃତ୍ତ ମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଭୟରେ କେହିବି ଆଗକୁ ଆସୁ ନଥିଲେ ।

attack

ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଦୁର୍ବୃତ୍ତ ମାନେ ଯିଏ ଯୁଆଡେ ପାରିଲେ ପଳାଇଲେ । ଆହତ ଦୋକାନୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୟାନ ରେକର୍ଡ କରିଛି ଖାରବେଳ ଥାନା ପୋଲିସ । ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରିଛି ପୋଲିସ । ବ୍ୟବସାୟକୁ ନେଇ ଷ୍ଟେସନ ଛକରେ ଗତକାଲି ଦୁଇ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ହୋଇଥିଲା ଆକ୍ରମଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.