ଓଡିଶାରେ ଶାସନ ଓ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ବର(କେନ୍ଯୁଜ୍) : ଭାଷା ଆନ୍ଦୋଳନ, ଓଡିଶାର ୮୭୮ ଦିନର ଆନ୍ଦୋଳନ ଫଳରେ ଓଡିଶା ସରକାର ଓଡିଶାରେ ଶାସନ ଓ ଖିଲାପକାରୀଙ୍କୁ ଦଣ୍ଡ ବିଧଶନ ବିଲ୍ ବିଧାନସଭାରେ ପାରିତ କରିଛନ୍ତି ଏବଂ ମହାମହିମ ରାଜ୍ଯପାଳ ସେଥିରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଛନ୍ତି । ଏହି ଅବସରରେ ଆଜି ଭାଷା ଆନ୍ଦୋଳନ ଓଡିଶାର ଅଧ୍ଯକ୍ଷ ଶ୍ରୀ ଚକ୍ରଧର ମହାନ୍ତି, ଆବାହକ ଶ୍ରୀ ପବିତ୍ର ମହାରଥୀ, ବରିଷ୍ଠ ସଭ୍ଯ ସମୂହ ସର୍ବଶ୍ରୀ ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଜାନକୀଶ୍ ବହପଣ୍ଡାରାଜ୍ଯପାଳଙ୍କୁ ସାକ୍ଷାତ କରିଥିଲେ।
ରାଜ୍ଯପାଳ ଓ ଓଡିଶା ସରକାରଙ୍କୁ ଧନ୍ଯବାଦ ଜଣାଇ ତୁରନ୍ତ ଭାଷା ନିୟମ ପ୍ରଣୟନ କରିବାକୁ ଦାବୀ ଜଣାଇଥିଲେ । ଭାଷା ଆନ୍ଦୋଳନର ମୁଖପାତ୍ର ଏବଂ ଭାଷା ପାଇଁ ଗଣ ଓ ଗଣମାଧ୍ଯମ ପୁସ୍ତକ ଶ୍ରୀ ଚକ୍ରଧର ମହାନ୍ତି ତାଙ୍କର ଲିଖିତ ‘ବିଧାତାର ଚରମ ରସିକତା’ ୫ମ ଭାଗ ଓ ଶ୍ରୀ ଜାନକୀଶ ବଡପଣ୍ଡାଙ୍କ ପତ୍ରୀକା ରାଜ୍ଯପାଳ ଉପହାର ଦେଇଥିଲେ ।