କିଟରେ ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍, ଲଞ୍ଚ ସୁଦ୍ଧା ଓଡ଼ିଶା ୧୧୦/୨

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ରଣଜୀ ଟ୍ରଫି ମ୍ୟାଚର ଆଜି ପ୍ରଥମ ଦିବସ ଲଞ୍ଚ ସୁଦ୍ଧା ହରିଆଣା ବିପକ୍ଷରେ ଓଡ଼ିଶା ଦଳ କରିଛି ୨ ୱିକେଟରେ ୧୧୦ ରନ୍ । ଅନୁରାଗ ଷଡ଼ଙ୍ଗୀ ୬୯ ଓ ଶୁଭ୍ରାଂଶୁ ସେନାପତି ୩ ରନ୍ କରି ଅପରାଜିତ ଅଛନ୍ତି । ଗ୍ର ୁପ୍-ସି’ର ଏହି ମ୍ୟାଚରେ ଓଡ଼ିଶା ଦଳର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓପ୍ନର ସନ୍ଦୀପ ପଟ୍ଟନାୟକ ୨୦ ରନ୍ କରି ଚହଲଙ୍କ ବଲରେ ବୋଲଡ୍ ହୋଇଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କୁ ମୋହତ ଶର୍ମା ୧୪ ରନରେ  ଏଲବିଡବଲ୍ୟୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.