Below header

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୨ ମୃତ

ଭୁବନେଶ୍ୱର(କେନ୍ଯୁଜ୍) :ଦୀପାବଳି ପୂର୍ବରୁ ଅଘଟଣ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନମାଳୀପୁର ନୂଆସାହିରେ ଭୟଙ୍କର ବିସ୍ଫୋରଣ। ବାଣ ବିସ୍ଫୋରଣରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତଦେହ ଦୁଇଟି ଖଣ୍ଡବିଖଣ୍ଡିତ ହୋଇଯାଇଛି। ମୃତକ ହେଉଛନ୍ତି ସ୍ୱାମୀ ଜ୍ଞାନ ରଂଜନ ମିଶ୍ର ଓ ସ୍ତ୍ରୀ ଝୁନାମଣି ମିଶ୍ର । ଜଣେ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଆଖପାଖ ଅଞ୍ଚଳ ମଧ୍ୟ ଥରିଉଠିଥିଲା। ଘର ଭିତରେ ବାଣ ଭିଡ଼ିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁ ଘରେ ନିଆଁ ଲାଗି ଯାଇଛି । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.