ଏଠାରେ ଗୋପାଳ ସମ୍ପ୍ରଦାୟର ଲୋକ ମାଆଙ୍କୁ କାନ୍ଧରେ ଆଣି ଡଙ୍ଗାରେ ବସାଇ ନୌବିହାର କରାଇଥାନ୍ତି, ଶେଷରେ ୭ ଘେରା ପରେ ମାଆଙ୍କୁ ମଝି ନଈରେ କରାଯାଏ ବିସର୍ଜନ

ସରିଲା ଦଶହରା। ମେଲାଣି ନେଲେ ମାଆ। ଧରାପୃଷ୍ଠରୁ ବିଦାୟ ନେଲେ ଜଗତଜନନୀ ମାଆ ଦୁର୍ଗା। ଗତ ବୁଧବାର ଦେବୀ ମାଆଙ୍କ ଦଶହରା ପୂଜା ଶେଷ ହେବା ପରେ ଗତ କାଲି ଗୁରୁବାର ମାଆ ମେଲାଣି ନେଇଛନ୍ତି। ଏହାପରେ ସମସ୍ତ ପୂଜା ମଣ୍ଡପରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଛି। ତେବେ ସବୁଆଡ଼େ ଭସାଣୀ ହେଉଥିବା ବେଳେ କେନ୍ଦ୍ରାପଡ଼ାର ଭସାଣୀ ପରମ୍ପରା ରହିଛି ଟିକେ ନିଆରା।

ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’ ଧରାପୃଷ୍ଠକୁ ଅନ୍ୟାୟ ଅନୀତିକୁ ବିନାଶ କରି ଶାନ୍ତି ତଥା ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଥାନ୍ତି। ଯୁଗେ ଯୁଗେ ଯେତେବେଳେ ବି ଧରାପୃଷ୍ଠରେ ଅନ୍ୟାୟ ଅନୀତି ଓ ଖରାପ ଶକ୍ତିଙ୍କ ପ୍ରଭାବ ବଢ଼େ। ମା’ ବିଭିନ୍ନ ରୂପରେ ଆସି ତାହାକୁ ନାଶ କରିଥାନ୍ତି। ଚଳିତ ବର୍ଷ ପୁଣି ଥରେ ମାଆ ଧରାପୃଷ୍ଠକୁ ଆସି ନିଜ ଭକ୍ତଙ୍କ ଦୁଃଖ ବୁଝିଛନ୍ତି। ଆଉ ଏହାରି ମଧ୍ୟରେ ଦଶହରା ସହ ଶେଷ ହୋଇଛି ମାଆଙ୍କ ମେଲାଣି।

ସରିଲା ମା’ଙ୍କ ନବଦିନାତ୍ମକ ଲୀଳା। ଏବେ ମା ଙ୍କୁ ମେଲାଣି ଦେବାର ସମୟ | ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଦଜନନୀ। ସାରା ରାଜ୍ଯରେ ମା ଙ୍କୁ ଧୁମ ଧାମରେ ରୋଷଣୀ କରି ମେଲାଣି ଦେଉଥିବା ବେଳେ କେନ୍ଦ୍ରାପଡ଼ା ରାଜନଗରରେ ମା ଙ୍କୁ ଭିନ ଢଙ୍ଗରେ ମେଲାଣି ଦିଆଯାଇଥାଏ | କେବଳ ଘଣ୍ଟ ଘଣ୍ଟା ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ସାହାଯ୍ଯରେ ମା ଙ୍କୁ ମଣ୍ଡପ ରୁ ଗୋପାଳ ସମ୍ପ୍ରଦାୟ ର ଲୋକମାନେ କାନ୍ଧେଇ ଆଣିଥାନ୍ତି | ପରେ ସୁସଜିତ ହୋଇ ରହିଥିବା ନୌକା ରେ ମା ଙ୍କୁ ବସାଇ ନଦୀ ରେ ନୌବିହାର ଆରମ୍ଭ ହୁଏ | ହଂସୁଆ ନଦୀ ରେ ୭ ଘେରା ମା ଚାପ ଖେଳିବା ପରେ ମା ଙ୍କୁ ଗଭୀର ନଦୀ ରେ ବିସର୍ଜନ କରାଯାଇଥାଏ | ଏହି ନିଆରା ଭସାଣି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ହଂସୁଆ ନଦୀପଠା ରେ ଭିଡ ଜମାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.