ଦେଢଲକ୍ଷ ନଗଦ ଟଙ୍କା ସହ ଧରା ପଡ଼ିଲେ ଡେପୁଟି ରେଞ୍ଜର, ଆୟ ବହିର୍ଭୂତ ସଂପତ୍ତିର ଚାଲିଛି ଖୋଳତାଡ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଦେଢଲକ୍ଷ ନଗଦ ଟଙ୍କା ସହ ଧରା ପଡ଼ିଲେ ଡେପୁଟି ରେଞ୍ଜର। ଭବାନୀପାଟଣା ନର୍ଥ ଡିଭିଜନ ଡେପୁଟି ରେଞ୍ଜର ନୃତରାଜ ମାଝି ଧରା ପଡ଼ିଛନ୍ତି।
ନିଜ ମୋଟର ସାଇକେଲରେ ଭବାନୀପାଟଣାରୁ ଲକ୍ଷ୍ମୀପୁର ଫେରୁଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏତେ ଟଙ୍କା କେଉଁଠୁ ଆଣିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ନୃତରାଜ। ଆୟ ବହିର୍ଭୂତ ସଂପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ।