ବୀର ପୁଅକୁ ବିଦାୟ, ଜନ୍ମ ମାଟି ଭଣ୍ଡାର ମଙ୍ଗଳପୁରରେ ପହଞ୍ଚିଲା ସହିଦ ତ୍ରିଲୋଚନ ମହାନ୍ତଙ୍କ ମରଶରୀର

କେନ୍ଦୁଝର(କେନ୍ୟୁଜ୍):  ମାଟି ମା’ର ସେବା ପାଇଁ ନିଜକୁ ସହିଦ୍‌ କରିବାର ଭାଗ୍ଯ ବହୁତ କମ ଲୋକଙ୍କ ଭାଗ୍ଯରେ ଜୁଟି ଥାଏ । ସେହି ଭାଗ୍ଯ ନେଇ ଜନ୍ମ ହୋଇଥିଲେ କେନ୍ଦୁଝର ମାଟିର ସୁପୁତ୍ର ତଥା ଭଣ୍ଡାର ମଙ୍ଗଳପୁର ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପୁଅ ତ୍ରୀଲୋଚନ ମହାନ୍ତ।  ପଞ୍ଜାବର ଚଣ୍ଡିଗଡରେ ଅର୍ମୀରେ ମୃତୟନ ହୋଇଥିବା ତ୍ରିଲୋଚନ ଏକ ମିଶନରେ ଥିବା ସମୟରେ ସହିଦ ହୋଇଥିଲେ । ତାଙ୍କ ମର ଶରୀର ଆଜି ଜନ୍ମ ମାଟି ମଙ୍ଗଳପୁରରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

jawan

ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ମାନ୍ଯ ଗନ୍ଯ ବ୍ଯକ୍ତିଙ୍କ ସହ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ , ବାରିଆ ଥାନା ଅଧିକାରୀ, ଚମ୍ପୁଆ ଉପଜିଲାପାଳ, ଉପସ୍ଥିତ ରହି ମର ଶରୀର ଉପରେ ଶ୍ରଦ୍ଧା ଶୁମନ ଅର୍ପଣ କରିଥିଲେ । ବାରିଆ ପୋଲିସ୍‌  ଦ୍ବାରା ଗାର୍ଡ ଅଫ ଅନର୍‌ ପ୍ରଦାନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.