ଓମିକ୍ରନ୍ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ଓମିକ୍ରନ୍ ବ୍ୟାପୁଥିବା ବେଳେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୧୫ ରାଜ୍ୟକୁ ମାଡ଼ିଲାଣି ଓମିକ୍ରନ୍ । ଦିଲ୍ଲୀ, ମୁମ୍ବାଇରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ସମ୍ଭାବ୍ୟ ତୃତୀୟ େଓ୍ଵଭ୍ର ଆଶଂକା ପ୍ରକାଶ ପାଇଛି । ମୁକାବିଲ ପାଇଁ କଣ ପଦକ୍ଷେପ ନିଆଯାଇଛି, ତାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିଭଳି ଟିକାକରଣକୁ କିଭଳି ବ୍ୟାପକ କରାଯାଉଛି ସମୀକ୍ଷା କରିଛନ୍ତି ମୋଦି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଭିଡ୍ ସ୍ଥିତି, ମୁକାବିଲା ଓ ଟିକାକରଣ ନେଇ ମୋଦିଙ୍କୁ ଅବଗତ କରିଛନ୍ତି ବରିଷ୍ଠ ଅଧିକାରୀ।