କୋଭିଡ଼ ଲଢେଇ ପାଇଁ ପୁଣି ଏକ ରାମବାଣ: ମର୍କର ମୋଲନୁପିରାଭିର ବଟିକାକୁ FDA ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ପୁଣି ଏକ କୋଭିଡ ବଟିକାକୁ ଆମେରିକାରେ ଅନୁମତି। ମର୍କର କୋଭିଡ ବଟିକା ମୋଲନୁପିରାଭିରକୁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ- ଏଫଡିଏ ଅନୁମତି ଦେଇଛି। ଏହାକୁ କେବଳ ଅତ୍ୟଧିକ ଗମ୍ଭୀର ଥିବା ବୟସ୍କଙ୍କ ଠାରେ ବ୍ୟବହାର କରିବାରୁ ଅନୁମତି ପ୍ରଦାନ କରାଯାଇଥିବା ଏଫଡିଏ ବୈଜ୍ଞାନିକ ପାଟ୍ରିଜିଆ କାଭାଜୋନି କହିଛନ୍ତି। ଏହା ପୂର୍ବରୁ ଆଜି ଫାଇଜରର କୋଭିଡ ବଟିକା ପାକ୍ସଲୋଭିଡ୍‌କୁ ମଧ୍ୟ ଅନୁମତି ଦେଇଛି।

ଫାଇଜରର ପାକ୍ସଲୋଭିଡ୍‌ ବଟିକା ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ଓଜନର ବ୍ୟକ୍ତି ଖାଇ ପାରିବେ । ମେଡିକାଲରେ ଭର୍ତ୍ତି ହେବା ପରି ଅବସ୍ଥା ଆସିବା ପୂର୍ବରୁ କରୋନା ଟେଷ୍ଟ କରି ଜଣେ ଘରେ ରହି ଏହି ବଟିକା ସେବନ କରିପାରିବେ। ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ। କରୋନା ଚିହ୍ନଟ ହେବାର ପାଞ୍ଚ ଦିନ ମଧ୍ୟରେ ଏହି ବଟିକା ନେବାକୁ ପଡିବ। ଲକ୍ଷଣ ଦେଖା ଦେବାର ୩ ଦିନ ଭିତରେ ବଟିକା ଖାଇଲେ, ହସ୍ପିଟାଲାଇଜେନ ଓ ମୃତ୍ୟୁ ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଇବ। ମର୍କର କୋଭିଡ୍‌ ବଟିକାରେ ଏହି ହାର ରହିଛି ୫୦ ପ୍ରତିଶତ। 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.