ଭୁବନେଶ୍ବର: ଖୋଲୁଛି ଲଭ୍… ରୋମାନ୍ସ … ଫାୟାରିଂର ଗୁମର, ସ୍କାନରରେ ପୁରୁଷ ବନ୍ଧୁ ଆଶିଷ, ରାଜେଶ ଓ ଯୁବତୀ
କେନ୍ୟୁଜ୍(ବ୍ୟୁରୋ): ଖୋଲୁଛି ଲଭ୍… ରୋମାନ୍ସ … ଫାଇରିଂ … ଘଟଣାର ଗୁମର । ରହସ୍ୟ ଘେରରେ ଭୁବନେଶ୍ୱରରେ ଯୁବତୀଙ୍କ ଗୁଳିମାଡ଼ ଘଟଣା । ପୋଲିସ ସ୍କାନରରେ ପୁରୁଷ ବନ୍ଧୁ ଆଶିଷ, ତାର ସାଙ୍ଗ ରାଜେଶ ଓ ଯୁବତୀ । ତନାଘନା ପରେ ପୋଲିସ ଜାଣିବାକୁ ପାଇଛି, ଯୁବତୀ ଓ ରାଜେଶ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ । ଘଟଣା ଦିନ ରାଜେଶ ମାଉଜର ନେଇ ଆସିଥିଲା । ମାଉଜରରେ ଥିଲା ଗୋଟିଏ ବୁଲେଟ୍ । ଯୁବତୀ ମାଉଜରକୁ ନକଲି କହିଥିବା ବେଳେ ଫିଲ୍ମ ଷ୍ଟାଇଲରେ ମାଉଜର ଘୁରେଇ ଥିଲା ଆଶିଷ । ଟ୍ରିଗର ଦବାଇ ଦେଇଥିଲା । ସିଧା ଗୁଳି ଯୁବତୀଙ୍କ ଗୋଡରେ ଫୁଟିଥିଲା । ଏସବୁ ତଥ୍ୟ ପାଇବା ପରେ ପୋଲିସର ସନ୍ଦେହୀ ଆଖି ଆଶିଷ ଉପରେ ପଡ଼ିଛି । ଫାୟାରିଂ ପଛରେ ଏକ ତରଫା ପ୍ରେମ ନୁହେଁ ତ ? ଯୁବତୀ ଓ ରାଜେଶର ପ୍ରେମକୁ ଭାଙ୍ଗି ଦେବାକୁ ଯୋଜନା କରି ଥିଲା କି ଆଶିଷ ? ନା ଅଜାଣତରେ ଫୁଟିଥିଲା ଗୁଳି ? ବନ୍ଧୁକ ସହ ଖେଳୁ ଖେଳୁ ଫୁଟିଥିଲା ନା ରହସ୍ୟ ଆଉ କିଛି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଇନଫୋସିଟି ଥାନା ପୋଲିସ ।
ପୋଲିସ ତଦନ୍ତ ଚଳାଇଥିବା ବେଳେ ଏବେ ଯୁବତୀଙ୍କ ବୟାନକୁ ଅପେକ୍ଷା କରିଛି । କାରଣ ଆଶିଷ ଓ ରାଜେଶର କଥାରେ ରହୁନି ତାଳମେଳ । ଯୁବତୀଙ୍କ ବୟାନ ପରେ ସଠିକ କଥା ଜାଣି ପାରିବ ପୋଲିସ । ଅନ୍ୟପଟେ ଉଭାନ ମାଉଜର କେଉଁଠି ସେନେଇ ଦୁଇ ଅଭିଯୁକ୍ତ ପୋଲିସକୁ ଦେଉ ନାହାନ୍ତି ସଠିକ ତଥ୍ୟ । ଘଟଣା ପରଠୁ ମାଉଜର ନେଇ ଫେରାର ଥିଲା ରାଜେଶ । ଗତକାଲି ୩ଘଣ୍ଟା ଧରି ରଘୁନାଥପୁର ଡ୍ରେନରେ ବନ୍ଧୁକ ଖୋଜି ଖାଲି ହାତରେ ଫେରିଥିଲା ପୋଲିସ ।