ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା: ଭାଇରାଲ ଭିଡିଓ ଆଧାରରେ ୪ ରୁ ୫ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ଵର (କେନ୍ୟୁଜ): ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣାର ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ। ୪ ରୁ ୫ ଜଣଙ୍କ ନାଁ ରେ ମାମଲା ରୁଜୁ କରାଯାଇଛି । ଆଜି ପୁଣି ଥରେ ଲେ୍ପର୍ଶି କଲୋନୀକୁ ଯାଇ ଲୋକଙ୍କୁ ପଚରା ଉଚରା କରିବ ପୋଲିସ।
ଗତକାଲି ଯୁବତୀଙ୍କ ଡାକ୍ତରୀ ମଇନା କରିଥିଲା ପୋଲିସ। ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବୟାନ ରେକର୍ଡ ହେବ ବୋଲି କୁହାଯାଉଛି । କଲୋନୀ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ଅନୁଯାଇ ଉକ୍ତ କଲୋନୀର ଜଣେ ଯୁବକଙ୍କ ଶହ ମିଳା ମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ପାଖକୁ ଯିବା ଆସିବା କରୁଥିଲେ। ଏଥିପାଇଁ କଲୋନୀ ବାସିନ୍ଦା ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିଲେ। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା।