କ୍ରାଇମ୍‌ ସ୍ପଟ୍‌ରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ: ଆଜି ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଝାରସୁଗୁଡା (କେନ୍ୟୁଜ): ରିମାଣ୍ଡରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଗତକାଲି କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମ୍‌ ସିନ୍‌ ଦେଖାଇଥିଲା । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍‌ ଆଗରେ ଡେମୋ ଦେଖାଇଥିଲା ଗୋପାଳ । ଆଜି ଅଭିଯୁକ୍ତର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରୁଛି । ପୁଣି ଥରେ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।

ସେହିପରି ଖୁବଶୀଘ୍ର ତଦନ୍ତର ଏକ ନିର୍ଣ୍ଣାୟକ ନିଷ୍କର୍ଷରେ ପହଞ୍ଚିପାରେ ତଦନ୍ତକାରୀ ଟିମ୍‌ । ନବ ଦାସଙ୍କୁ ହତ୍ୟା ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚର ୩ଟି ଟିମ୍‌ ଲାଗିଥିବା ବେଳେ ଦୁଇଟି କେନ୍ଦ୍ରୀୟ ସଂସ୍ଥା ସହଯୋଗ କରୁଛନ୍ତି । ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲାବ୍‌ ବିଶେଷଜ୍ଞ ଗୋପାଳର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ଓ ଫୋରେନସିକ୍‌ ସାଇକୋଲୋଜିକାଲ୍‌ ଆସେସମେଣ୍ଟ ଟେଷ୍ଟ କରିଛି । CSFL ନିର୍ଦ୍ଦେଶକ ନିଜେ ଗୋପାଳର LVA ଟେଷ୍ଟ କରାଇଥିଲେ ।

ସେହିପରି ବେଙ୍ଗାଲୁରୁ ନିମହାନ୍ସ ବିଶେଷଜ୍ଞ ଝାରସୁଗୁଡ଼ାରେ ରହି ଗୋପାଳର ମାନସିକ ଅବସାଦ ଓ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଏମାନଙ୍କ ବ୍ୟତୀତ ଗାନ୍ଧିନଗରରୁ ଆସିଥିବା ଫୋରେନସିକ ସାଇନ୍ସ ଏକ୍ସପର୍ଟ ଟିମ୍‌ ଉପସ୍ଥିତିରେ ହୋଇଛି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ । ଏମାନଙ୍କର ରିପୋର୍ଟ ଆସିବା ପରେ ତଦନ୍ତର ଏକ ନିର୍ଣ୍ଣାୟକ ନିଷ୍କର୍ଷରେ ପହଞ୍ଚିବ କ୍ରାଇମବ୍ରାଞ୍ଚ । ଜଣା ପଡ଼ିବ ଗୋପାଳର ମର୍ଡର ମୋଟିଭ୍‌ । ମାନସିକ ଅବସାଦରୁ ନବ ଦାସଙ୍କୁ ଗୁଳି କଲା ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.