Below header

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ, କୋଭିଡ-୧୯ ନିୟମ ପାଳନ ନେଇ ୧୦ଟି ବେସରକାରୀ ହସ୍ପିଟାଲକୁ ବିଏମସିର ନୋଟିସ

କେନ୍ୟୁଜ୍ (ବ୍ୟୁରୋ): ଆକ୍ସନ ମୁଡରେ ବିଏମସି କମିଶନର। କରୋନା ଗାଇଡ଼ ଲାଇନ ଉଲଂଘନ ନେଇ ନେଇ ରାଜଧାନୀର ୧୦ଟି ମେଡିକାଲକୁ ବିଏମସିର ନୋଟିସ । ୨୪ଘଣ୍ଟା ଭିତରେ କାରଣ ଦର୍ଶାଅ ରିପୋର୍ଟ ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି  । କାଲି  ମଞ୍ଚେଶ୍ଵରରେ ଥିବା BLUE WHELE ହସ୍ପଟାଲରେ କୋଭିଡ-୧୯ ନିୟମକୁ ଉଲଂଘନ କରିବା ପରେ ମେଡିକାଲକୁ ସପୁର୍ଣ୍ଣ ସିଲ୍ କରିଥଲା ବିଏମସି ।

ଆଜି ରାଜଧାନୀର କିଛି ହସ୍ପିଟାଲ କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା। ଠିକରେ ସାନିଟାଇଜ ହେଉଛି କି ନାହିଁ,ସାମାଜିକ ଦୂରତା,ମାସ୍କ , ମେଡିକାଲ କୁ ପ୍ରବେଶ କରିଲା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି  ହେଉଛି କି ନାହିଁ  ଦେଖିଥିଲେ ବିଏମସି କର୍ମଚାରୀ।  ଆପୋଲ, କଳିଙ୍ଗ,ଉସ୍ତି,କର କ୍ଲିନିକ୍, ନୀଳାଚଳ,ରୁଚିକା, କେୟାର, ମୋହନ ଡାଇବେଟିସ ସେଣ୍ଟର ଭଳି ୧୦ଟି ମେଡିକାଲରେ ଯାଞ୍ଚ କରାଯାଇଥିଲା ।

ବିଏମସିରେ ୩ ଟି ଜୋନ ପକ୍ଷରୁ ପୋଲିସ ସହଯୋଗରେ ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପ୍ରକ୍ରିୟା ପାଇଁ ସବୁ ଜୋନରେ ବିଏମସିର କର୍ମଚାରୀ ନିୟୋଜିତ ଅଛନ୍ତି । ଆଗକୁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ, କୌଣସି ମେଡିକାଲ କୋଭିଡ ୧୯ ନିୟମକୁ ଉଲଂଘନ କରୁଥିଲେ ସେ ମେଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.