ଭୁବନେଶ୍ବର: ଆପାର୍ଟମେଣ୍ଟ ସୋସାଇଟିର ଅଜବ ନିୟମ, ଲିଫ୍ଟରେ କୁକୁର ନେବାରୁ ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷଙ୍କ ଦୁର୍ବ୍ୟବହାର
କେନ୍ୟୁଜ୍(ବ୍ୟୁରୋ): କୁକୁର ପାଇଁ କଳି। ଆପାର୍ଟମେଣ୍ଟ ଲିଫ୍ଟରେ କୁକୁର ନେବାକୁ ନେଇ ଉତ୍ତେଜନା। କୁକୁର ନେଉଥିବା ପରିବାର ସଦସ୍ୟଙ୍କୁ ସୋସାଇଟି ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ। ଭୁବନେଶ୍ୱର ଝାରପଡ଼ାର ବାଲାଜୀ ଆପାର୍ଟମେଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଅମିତ ହଂସଙ୍କ ଝିଅ ଗତକାଲି ଲିଫ୍ଟରେ କୁକୁର ନେଇଯିବା ପାଇଁ ଛିଡା ହୋଇଥିବା ବେଳେ ସୋସାଇଟି ଅଧ୍ୟକ୍ଷ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ସୋସାଇଟି ନିୟମ ଉଂଲଘନ କରିଥିବା ନେଇ ଗାଳିଗୁଲଜ କରିଥିଲେ ।
ଅମିତ ହଂସ ଏହାକୁ ବିରୋଧ କରିବାରୁ ସେକ୍ରେଟାରୀ ସନ୍ତୋଷ ତ୍ରିପାଠୀ, ଟ୍ରେଜରର ବସନ୍ତ ନାୟକ ଓ ତାଙ୍କ ଡ୍ରାଇଭର ଦୁର୍ବବ୍ୟବହାର କରିବା ସହ ଆକ୍ରମଣ ଉଦ୍ୟମ କରିଥିବା ନେଇ ହଂସଙ୍କ ପରିବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ସୋସାଇଟି ଅଧ୍ୟକ୍ଷ ସନ୍ତୋଷ ତ୍ରିପାଠୀ କହିଛନ୍ତି, ସୋସାଇଟି ନିୟମ ଅନୁସାରେ ବଡ ଲିଫ୍ଟରେ କୁକୁର ନେଇ ଯିବାକୁ ବାରଣ କରାଯାଇଛି । ସେ ଏହାକୁ ବିରୋଧ କରିବାରୁ ଓଲଟା ଅମିତ ହଂସଙ୍କ ପରିବାର ଆକ୍ରମଣ କରିଥିଲେ । ସୋସାଇଟି ସିସିଟିଭି ପୋଲିସକୁ ହସ୍ତାନ୍ତର କରାଯାଇଛି।.