ନିର୍ଦ୍ଧାରିତ ସମୟ ପୂର୍ବରୁ ଭକ୍ତିମୟ ପରିବେଶରେ ଉଠିଲା ବାବା ଲିଙ୍ଗରାଜଙ୍କ ମହାଦୀପ
କେନ୍ୟୁଜ୍(ବ୍ୟୁରୋ): ଭକ୍ତିମୟ ପରିବେଶରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାବା ଲିଙ୍ଗରାଜଙ୍କର ଉଠିଛି ମହାଦୀପ। ପାରମ୍ପରିକ ରୀତିନୀତିରେ ମନ୍ଦିର ବେଢା ପରିକ୍ରମା କରି ଦଧିନଉତୀକୁ ଉଠିଲା ମହାଦୀପ ।
ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ରାତି ୯.୩୫ ରୁ ୯.୩୮ମଧ୍ୟରେ ମହାଦୀପ ଉଠିଛି। ମହାଦୀପ ଉଠିଲା ବେଳେ ହରିବୋଲ ଓ ହୂଳହୂଳୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଲଙ୍ଗରାଜ ମନ୍ଦିର ପରିସର। ମହାଦୀପ ଉଠିସାରିବା ପରେ କାଷ୍ଟା ରଖିଥିବା ଶ୍ରଦ୍ଧାଳୁ ମାନେ ନିଜ ଉପାବାସ ଭାଙ୍ଗିଥିଲେ।