ରବିବାର ସକାଳୁ ରାଜଧାନୀରେ ଲୋକ ନେଉଛନ୍ତି ପଥୋତ୍ସବର ମଜା

ଭୁବନେଶ୍ବର (କେନ୍ୟୁଜ୍) :ରାଜଧାନୀରେ ପଥୋତ୍ସବର ମଜା । ନାଚ,ଗୀତ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ରାଜଧାନୀବାସୀ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ପଥୋତ୍ସବ ୯ଟା ୩୦ ପର୍ୟ୍ୟନ୍ତ ଚାଲିବ ।
ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାମମନ୍ଦିର ଛକ ପର୍ୟ୍ୟନ୍ତ ନନଷ୍ଟପ୍ ମଜା କରିଛନ୍ତି ଭୁବନେଶ୍ୱର ବାସିନ୍ଦା । ପିଲାଠାରୁ ବୟସ୍କ ପର୍ୟ୍ୟନ୍ତ ସମସ୍ତେ ଏହି କାର୍ୟ୍ୟକ୍ରମରେ ସାମିଲ ହେଉଛନ୍ତି ।