Below header

ଆଜି ଭୁବନେଶ୍ୱରରେ ପହଞ୍ଚିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେସିଆର ଆଜି ଭୁବନେଶ୍ୱରରେ ପହଞ୍ଚିବେ । ସଂଧ୍ୟା ୬ଟାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର‌୍ୟ୍ୟକ୍ରମ ରହିଛି । ଆସନ୍ତାକାଲି କେସିଆର କୋଣାର୍କ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ୱର ଫେରି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ପଶ୍ଚିମବଙ୍ଗ ଯିବେ । ଲଗାତାର ଦ୍ୱିତୀୟ ଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କେସିଆର ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଗସ୍ତ କରିବେ ।

କାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ୨୫ ତାରିଖରେ ଦିଲ୍ଲୀ ଯାଇ ବିଏସ୍ପି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର‌୍ୟ୍ୟକ୍ରମ ରହିଛି । ଜାତୀୟ ରାଜନୀତିରେ ମୋଦିଙ୍କ ବିରୋଧରେ ମହାମେଣ୍ଟ ନେଇ ପ୍ରସ୍ତୁତି ଚାଲିଛି । ଏପରି କ୍ଷେତ୍ରରେ କେସିଆରଙ୍କ କାର‌୍ୟ୍ୟକ୍ରମ ରାଜନୈତିକ ମହଲକୁ ଅଧିକ ଚର୍ଚ୍ଚା ଯୋଗାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.