ପୁଣି ପରଦାରେ ଏକାଠି ନଜର ଆସିବେ ମୋଷ୍ଟ ରୋମାଣ୍ଟିକ୍ ଶାହରୁଖ ଓ କାଜୋଲ

ମୁମ୍ବାଇ : ପୁଣି ଥରେ ବଡ ପରଦାରେ ଏକାଠି ସ୍କ୍ରିନ୍ ସେୟାର କରିବେ ବଲିଉଡର ରୋମାଣ୍ଟିକ୍ ଯୋଡି ଶାହରୁଖ ଓ କାଜୋଲ । ଚର୍ଚ୍ଚା ହେଉଛି ଫିଲ୍ମ ହିନ୍ଦୀ ମିଡିୟମର ସ୍ୱିକେଲରେ ଏହି ଯୋଡି କାମ କରିବେ । ତେବେ ତାଙ୍କ ସହ ଫରହାନ୍ ଅଖତାର ମଧ୍ୟ ହିନ୍ଦୀ ମିଡିୟମର ସ୍ୱିକେଲରେ ଅଭିନୟ କରିବେ । କାଜୋଲ ଓ ଶାହରୁଖ ଉଭୟ ଫିଲ୍ମର ସ୍କ୍ରିପ୍ଟ ପଢିସାରିଛନ୍ତି । ଦୁହିଁଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଛି ।

srk-kajol

୨୦୧୫ରେ ଫିଲ୍ମ ଦିଲଓ୍ଵାଲେରେ ଶେଷ ଥର ପାଇଁ ଶାହରୁଖ ଓ କାଜୋଲ ଏକାଠି ନଜର ଆସିଥିଲେ । ତେବେ ଫିଲ୍ମଟି ବବକ୍ସଅଫିସରେ ଆଶାନୁରୁପକ ସଫଳତା ପାଇପାରିନଥିଲା । କିନ୍ତୁ ଫିଲ୍ମର ଗୀତ ଗୁଡିକ ଶ୍ରୋତାଙ୍କୁ ଖୁବ ପସନ୍ଦ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.