ଆଜି ଭୁବନେଶ୍ୱରରୁ ୪୭୧ ଜଣ ପଜିଟିଭ, ସୁସ୍ଥ ହେଲେ ୧୦୬୨

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୪୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂଖ୍ୟା ୭୨ ହଜାର ୩୫୪କୁ ବୃଦ୍ଧି ପାଇଛି । କିନ୍ତୁ ଖୁସିର କଥା ଆକ୍ରାନ୍ତ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ରହିଛି ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା । ଆଜିର ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୫୯ ହଜାର ୯୦୮କୁ ବୃଦ୍ଧି ପାଇଛି ।

କିନ୍ତୁ ଏବେ ୧୨ ହଜାର ୦୯୭ ଟି ଆକ୍ଟିଭ କେଶ ରହିଛି । ଆଜି ଭିତରେ ସହରରୁ ୩୨୮ ଜଣଙ୍କ ଜୀବନ ନେଇସାରିଲାଣି ମାରାତ୍ମକ କରୋନା । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୧୮ ଜଣ କ୍ଵାରେ ଣ୍ଟୀନ ସେଣ୍ଟରରୁ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୧୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.