ରାଜଧାନୀରେ ଆଜି ୯୨୫ ପଜିଟିଭ କେସ, ସୁସ୍ଥ ହେଲେ ୮୫୫

ଭୁବନେଶ୍ୱର(କେ ନ୍ୟୁଜ):  ଗତ ୨୪ ଘଣ୍ଟା ଭିତରେ ରାଜଧାନୀରୁ ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆଜିର ଚିନ୍ହଟଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪ ହଜାର ୫୭୪ କୁ ବୃଦ୍ଧି ପାଇଛି । ଯେବେକି ସୁସ୍ଥ ସଂଖ୍ୟାକୁ ମିଶାଇ ମୋଟ ଅଙ୍କ ୫୧ ହଜାର ୯୧୧ ଛୁଇଁଛି ।

ଯେବେକି ଆଜିର ମୃତକଙ୍କୁ ମିଶାଇ ୩୦୧ ଜଣ ପ୍ରାଣ ହରାଇଥିବା ନେଇ ରିପୋର୍ଟ ଆସିଛି । ଏବେ ରାଜଧାନୀରେ ୧୨ ହଜାର ୩୪୧ ଟି ଆକ୍ଟିଭ କେଶ ରହିଛି । କ୍ଵାରେ ଣ୍ଟାଇନ ସେଣ୍ଟରରୁ ୧୩୭ ଜଣ ଥିବା ବେଳେ ସମାନ ସଂଖ୍ୟକ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.