ଡ୍ରାଇଭ ଇନ୍‌ ଓ ଘର ଘର ବୁଲି ଟିକାକରଣରୁ ନିବୃତ୍ତ ରୁହ, ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଡ୍ରାଇଭ ଇନ୍‌ ଓ ଘର ଘର ବୁଲି ଟିକାକରଣରୁ ନିବୃତ୍ତ ରୁହ । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱରରେ ଡ୍ରାଇଭ ଇନ୍‌ ଟିକାକରଣ ଆରମ୍ଭ ହୋଇଥିଲା। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ବ୍ରହ୍ମପୁର ଓ ରାଉରକେଲାରେ ଆରମ୍ଭ ହୋଇଥିଲା ଟିକାକରଣ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମୁତାବକ ଏହି ପ୍ରକ୍ରିୟାରୁ ଦୂରେଇ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଗାଇଡ ଲାଇନ ମୁତାବକ ସେହି ସ୍ଥାନରେ ଟିକାକରଣ ହେବ ଯେଉଁଠି ଟିକାକରଣ ରୁମ୍‌, ୱେଟିଂ ରୁମ୍‌ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥିବ। ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ନିରିକ୍ଷଣରେ ରହିବେ। କିନ୍ତୁ ଡ୍ରାଇଭ ଇନ ଓ ଡୋର ଷ୍ଟେପ୍‌ ଟିକାକରଣରେ ଏହି ନିୟମ ପାଳନ ହୋଇ ପାରିବ ନାହିଁ। ତେଣୁ ଏଥିରେ ନିବୃତ୍ତ ରହିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ। କେବଳ ଟିକାକରଣ କେନ୍ଦ୍ରରେ ଟିକା ଦେଇ ହେବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.