ଭୁବନେଶ୍ୱର ଧଉଳି ଶାନ୍ତିସ୍ତୁପର ହେବ ସୁବର୍ଣ୍ଣ ଜୟନ୍ତୀ ପାଳନ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସମୀକ୍ଷା। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିସ୍ତୁପର ସଂପୂର୍ଣ୍ଣ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସାରିିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଅକ୍ଟୋବର ୨୨ ତାରିଖରେ ମୁଖ୍ୟ ଉତ୍ସବ ପାଳନ କରାଯିବ। ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶହେ ଜଣ ଶ୍ରଦ୍ଧେୟୁ ସନ୍ୟାସୀ ଧଉଳି ଆସିବେ। ଏନେଇ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ସଂପୃକ୍ତ ବିଭାଗକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.