ପ୍ରେମ ବିବାହ କରି ଭୁଲ କଲି, ସ୍ତ୍ରୀକୁ ପରପୁରୁଷ ସହ ରାତି ବିତାଇବାକୁ ବାଧ୍ୟ କରୁଛନ୍ତି ରାଜଧାନୀର ଏହି ଯୁବକ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ। ପର ପୁରୁଷ ସହ ରାତି ବିତାଇବାକୁ ବାଧ୍ୟ କରୁଥିଲା ସ୍ୱାମୀ। ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ପତ୍ନୀ । ଏଥିରେ ବାରଣ କଲେ ବୋଲି ମାଡ଼ ମାରିବା ସହ ଶାରୀରିକ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ମହିଳା ।

ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରଶେଖରପୁର ଅଂଚଳର ଜଣେ ମହିଳା । ଅଭିଯୋଗ ଅନୁଯାୟୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଏହି ମହିଳା ୭ ବର୍ଷ ପୂର୍ବେ ଚନ୍ଦନଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ଗଲା ପରେ ସ୍ୱାମୀ ନିୟମିତ ମଦ୍ୟପାନ କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ସେ ଏହାକୁ ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ । ଏମିତି କି ଖାଇବାକୁ ବି ଦେଉନଥିଲେ ବୋଲି କହିଛନ୍ତି ପୀଡିତା।

ସ୍ୱାମୀଙ୍କ ନିର‌୍ୟାତନା ଦିନକୁ ଦିନ ଏତେ ବଢ଼ିଗଲା ଯେ ବର୍ତ୍ତମାନ ତାଙ୍କୁ ପର ପରୁଷ ସହ ରାତି ବିତାଇବା ପାଇଁ ବାଧ୍ୟ କରୁଥିବା ସେ ଦର୍ଶାଇଛନ୍ତି । ଏକଥାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି । ଗତ ଦୁଇ ଦିନ ତଳେ ମାଡ଼ ମଧ୍ୟ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.