୨୦୨୨ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆଜି ହେଲା ଭୂମି ପୂଜନ, ଆରମ୍ଭ ହେଲା ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର(କେନ୍ୟୁଜ୍): ୨୦୨୨ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆଜି ଭୂମି ପୂଜନ ହେଲା । ଏହାସହ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଛି । ଡିସେମ୍ବର ୧ ତାରିଖ ସକାଳେ ପ୍ଲେନାରି ସେସନ୍‌ । ଅପରାହ୍ନରେ ବିଜିନେସ ଲିଡର ଟକ୍‌ । ବଡ଼ ବଡ଼ ବିଜିନେସ ଲିଡର ନିଜର ମତ ରଖିବେ । ପେଟ୍ରୋ କେମିକାଲସ, କେମିକାଲ୍ସ, ସ୍କିଲ୍‌ ଡେଭଲପମେଣ୍ଟ, ଫର୍ଟିଲାଇଜର୍ସ, ଫୁଡ୍‌ ପ୍ରୋସେସିଂ, ଏଗ୍ରିକଲଚରରେ କିଭଳି ରାଜ୍ୟର ବିକାଶ ହୋଇପାରିବ, ସେନେଇ ଆଲୋଚନା ହେବ । ୨ ଓ ୩ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଶିଳ୍ପ ଅଭିବୃଦ୍ଧି ପାଇଁ ନୂଆ ପଲିସି ଓ ନୂଆ ସଂସ୍କରଣ ରିଲିଜ୍‌ କରିବେ ।

ଏଥିରେ ୨୦ରୁ ୨୫ ହଜାର ଲୋକ ଭାଗ ନେବେ । ମେକ୍‌ ଇନ୍‌ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାର୍ଟନର ହେବାକୁ ସହମତି ପ୍ରକାଶ କରିଛନ୍ତି । ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ । ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯିବ । ଷ୍ଟିଲ, ଆଲୁମିନିୟମ ରାଜ୍ୟରେ ବହୁ ମାତ୍ରାରେ ମହଜୁଦ ଅଛି । ଏହାକୁ ବ୍ୟବହାର କରି କୌଣସି କମ୍ପାନୀ ଯଦି ଭାଲ୍ୟୁ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ । ବନ୍ଦର ପାଖରେ ଯଦି କୌଣସି କମ୍ପାନୀ ରପ୍ତାନି ୟୁନିଟ ଆରମ୍ଭ କରିବେ, ସେହି ଶିଳ୍ପ କମ୍ପାନୀକୁ ଅଗ୍ରାଧିକାର ଦିଆଯିବ ।

ପଶ୍ଚିମ ଓଡ଼ିଶାରେ ଥିବା ବିଜୁ ଇକୋନୋମି କରିଡ଼ରକୁ ଶିଳ୍ପ ଅଭିବୃଦ୍ଧି ପ୍ଲାନ୍‌ରେ ସାମିଲ କରାଯାଇଛି । ମକା, କପା, ଧାନ, ବାଦାମକୁ ନେଇ ନୂଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ରପ୍ତାନିକୁ ଦିଆଯିବ ଗୁରୁତ୍ୱ । ମେକ୍‌ ଇନ୍‌ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ୫ଟି ରୋଡ୍‌ ସୋ ହୋଇ ସାରିଛି । ୨୩୦ଟି କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.