Below header

ମହଙ୍ଗା ଗିଜର ଝିନଝଟ୍‌ରୁ ମିଳିବ ମୁକ୍ତି ! ମାତ୍ର ୧,୫୦୦ ଟଙ୍କାରେ କିଣନ୍ତୁ ଟ୍ୟାପ୍‌ ଓ୍ଵାଟର ହିଟର

ଦିନକୁ ଦିନ ମଣିଷ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ସହଜ ଏବଂ ସରଳ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛି । ତେଣୁ ବିଜ୍ଞାନ ଜ୍ଞାନ କୌଶଳରେ ନିର୍ମିତ ବିଦ୍ୟୁତଚାଳିତ ଉପକରଣ ଉପରେ ନିର୍ଭର କରୁଛି। ସେହିପରି ଶୀତ ଦିନରେ ସମସ୍ତେ ଶୀତରୁ ବଞ୍ଚିବା ପାଇଁ କିଛି ନା କିଛି ଯୋଗାଡ଼ କରିଥାଆନ୍ତି । ଏବେ ଶୀତ ଋତୁରେ ସମସ୍ତେ ଗରମପାଣି ବ୍ୟବହାର କରିବା ପାଇଁ ଚାହାଁନ୍ତି, ଏଥିପାଇଁ ସମସ୍ତେ ଓ୍ଵାଟର ହିଟର ବ୍ୟବହାର କରିବା ପାଇଁ ଚାହାଁନ୍ତି। କିନ୍ତୁ ଓ୍ଵାଟର ହିଟରର ମହଙ୍ଗା ଦାମ୍‌ ଦେଖି ସମସ୍ତେ ଏହାକୁ କିଣିପାରନ୍ତି ନାହିଁ । ତେଣୁ ଘରେ ପାଣିକୁ ଗରମ କରି ଗାଧାନ୍ତି। ହେଲେ ଏସବୁ ଝିନଝଟକୁ ଆପଣଙ୍କ ମୁକ୍ତି ମିଳିବ। ଆଉ ପକେଟ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପଡିବ ନାହିଁ।

ବହୁତ କମ୍‌ ଦାମରେ ଏହି ଯନ୍ତ୍ରଟିକୁ ବ୍ୟବହାର କଲେ ଆପଣଙ୍କ ଟ୍ୟାପ୍‌ରୁ ଗରମ ପାଣି ବାହାରିବ । ବାସ୍‌ ଏହାକୁ ଆପଣଙ୍କ ଟ୍ୟାପ୍‌ରେ ଫିଟ୍‌ କରିଦେଲେ ଗରମ ପାଣି ବାହାରିବା ଆରମ୍ଭ ହୋଇଯିବ । ଆଉ ମହଙ୍ଗା ଗିଜର ଆପଣଙ୍କୁ କିଣିବାକୁ ପଡିବ ନାହିଁ।

ଏହି ଥଣ୍ଡା ଋତୁରେ ପିଇବା, ଗାଧୋଇବା, ବାସନ ଧୋଇବା, କପଡ଼ା ଧୋଇବା ଏମିତି ଅନେକ କାମ କରାଯାଏ । ଆଉ ଶୀତଦିନରେ ଏହାକୁ କରିବାକୁ ପ୍ରାୟତଃ ଘରର ଗୃହିଣୀ ଅମଙ୍ଗ ହୋଇଥାନ୍ତି। ଗରମ ପାଣି କରି ଏସବୁ କାମ କରିବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ ଘରେ ଟ୍ୟାପ୍‌ ଓ୍ଵାଟର ହିଟର ଲଗାଇ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ। ଯାହା ଆପଣଙ୍କୁ ଲାଭଦାୟକ ହେବ ।

ଅନ୍ୟ ଓ୍ଵାଟର ହିଟର ତୁଳନାରେ ଏହି ଟ୍ୟାପ୍‌ ଓ୍ଵାଟର ହିଟର ବହୁତ ଶସ୍ତା ଥାଏ । ମାତ୍ର ୧,୫୦୦ ଟଙ୍କାରେ ଇ-କମର୍ସର ସାଇଟ୍‌ କିମ୍ବା ଅଫଲାଇନ୍‌ ମାର୍କେଟରୁ କିଣି ପାରିବେ । ଆମାଜନ୍‌ରେ ଏହି ଓ୍ଵାଟର ହିଟର ଦାମ୍‌ ୧୨୯୯ ଟଙ୍କା ଯାହା ସେରେମିକ୍‌ ଏବଂ କପର ମେଟେରିଆଲ ରେ ତିଆରି ହୋଇଛି ।

ଏହି ଓ୍ଵାଟର ହିଟରଥଣ୍ଡା ଏବଂ ଗରମ ପାଣି ଉଭୟ ଦେଇଥାଏ । ଗରମ ଓ ଥଣ୍ଡା ପାଣିକୁ ମିଶ୍ରଣ କରିଦିଏ ନାହିଁ । କମ୍ପାନି କହିଛି ଯେ, ଏହି ଟ୍ୟାପ୍‌ ଓ୍ଵାଟର ହିଟର ପ୍ରତି ମିନିଟରେ ୨.୪ ଲିଟର ଗରମ ପାଣି ଏବଂ ପ୍ରତି ମିନିଟରେ ୩ ଲିଟର ଥଣ୍ଡା ପାଣି ଦେଇଥାଏ । ଏହାକୁ ବାସନ ଧୋଇବା, ବ୍ରସ କରିବା, ପରିବା ଧୋଇବା ଏମିତି ଛୋଟ ମୋଟ କାମରେ ଲଗାଇ ପାରିବେ । ଏହି ଡିଭାଇସ୍‌ କରେଣ୍ଟରେ ଦ୍ୱାରା ଚାଲେ,ଏଥି ପାଇଁ ଆପଣଙ୍କୁ ଅଲଗା ଅଲଗା ଟାଙ୍କି କରିବାକୁ ପଡ଼ିବ ନାହିଁ । ପ୍ରତ୍ୟେକ ବାଥ୍‌ ରୁମ କିମ୍ବା କିଚେନ୍‌ ରୁମରେ ଏହି ଡଭାଇସ୍‌କୁ ଫିଟ୍‌ କରାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.