Below header

କୋଟି କୋଟି ସମ୍ପତ୍ତି ଥାଇବି ଭିକ ମାଗୁଛନ୍ତି ଅମିତାଭ ବଚ୍ଚନଙ୍କ ଭାଇ !

କେନ୍ୟୁଜ୍‌ ବ୍ୟୁରୋ: ବଲିଉଡର ଶହେନ୍‌ଶାହା ବିଗ୍‌-ବି ଅମିତାଭ ବଚ୍ଚନ। କୋଟି କୋଟି ଟଙ୍କା ସମ୍ପତ୍ତିର ସେ ଅଧିକାରୀ। ହେଲେ ଦୁଃଖର କଥା ତାଙ୍କ ଭାଇ କିନ୍ତୁ ମାଗୁଛନ୍ତି ଭିକ । ଏହି କଥା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏହି କଥାଟି ଏକଦମ୍ ସତ । ଅମିତାଭ ବଚ୍ଚନ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। ସେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସିନେମା ମାଧ୍ୟମରେ ନିଜକୁ ପରିଚିତ କରାଇପାରିଛନ୍ତି ।  ବିଶ୍ୱରେ ଥିବା ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ଶୁଣିବାକୁ ମିଳେ। କିନ୍ତୁ,ଏତେ ସମ୍ମାନ ଓ ସମ୍ପତ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟ ଅତି ଗରୀବ ହୋଇ ଜୀବନ ବିତାଉଛନ୍ତି। ସେ ଆଉ କେହି ନୁହଁନ୍ତି ବିଗ୍‌-ବିଙ୍କ ନିଜ ମାଉସୀ ପୁଅ ଅନୁପ ରାମଚନ୍ଦ୍ର। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏବେ ଅସମର୍ଥ । ଯାହାଫଳରେ ଅତି ଦୟନୀୟ ଭାବରେ ସେ ଜୀବନ ବିତାଉଛନ୍ତି ।

ବିଗ୍‌-ବି ତାଙ୍କ କ୍ୟାରିୟରରେ ପାଖାପାଖି ୧୮୦ରୁ ଅଧିକ ଫିଲ୍ମ କରିଛନ୍ତି। ୧୯୬୯ ମସିହାରେ ସେ ‘ସାତ ହିନ୍ଦୁସ୍ତାନ’ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାସହ ଜଞ୍ଜିର,ଶୋଲେ,ଦୀଓ୍ଵାର ପରି କାହିଁ କେତେ ହିଟ୍‌ ଫିଲ୍ମ ଦେଇଛନ୍ତି । ଯାହା ଦର୍ଶକଙ୍କ ମନରେ ଆଜି ଯାଏ ଛାପ ହୋଇ ରହିଛି । ଅମିତାଭଙ୍କ ପରିବାରଠୁ ଅନୁପ ଦୂରେଇ ଯିବାର ମୁଖ୍ୟ କାରଣ ହେଉଛି ଏକ ଜମି ବିବାଦ । ଯେଉଁ  ଘରେ ଏବେ ଅନୁପ ଏବଂ ତାଙ୍କ ପତ୍ନୀ ରହୁଛନ୍ତି । ଅନୁପଙ୍କ ପରିବାରର ସ୍ଥିତି ପ୍ରଥମରୁ ହିଁ ସ୍ୱଚ୍ଛଳ ନଥିଲା । ତାଙ୍କର ଧନ ସମ୍ପତ୍ତି ପ୍ରତି ଆସକ୍ତି ବଢ଼ିଯାଇଥିଲା । ସେ ଏହି କାରଣରୁ ଧୀରେ ଧୀରେ ଅମିତାଭଙ୍କ ପରିବାରଠାରୁ ଦୂରେଇଗଲେ ।

ଅଭିଷେକ ବଚ୍ଚନଙ୍କ ବାହାଘରକୁ ଯିବା ପାଇଁ ଅନୁପ ମଧ୍ୟ ମନା କରିଦେଇଥିଲେ। ଟଙ୍କା ଅଭାବରୁ ସେ ଆସି ପାରିନଥିବା କହିଥିଲେ । ବର୍ତ୍ତମାନ ଅନୁପ ଏବଂ ତାଙ୍କ ପତ୍ନୀ ମୃଦୁଲା ସ୍ଥିତ ଘରେ ରହୁଛନ୍ତି । ଏହି ଘର ହେଉଛି ତାଙ୍କ ପୂର୍ବ ପୁରୁଷ ତିଆରି କରିଥିବା ଘର । ଯାହାକୁ ନେଇ ଅମିତାଭ ଏବଂ ଅନୁପଙ୍କ ଭିତରେ ଝଗଡ଼ା। କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.