ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଝିଅ ହସପିଟାଲରେ ଭର୍ତ୍ତି; ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ କଲେ ନିବେଦନ

ବଲିଉଡ ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ରମ୍ଭାଙ୍କର କାର ଭାଙ୍ଗିଯାଇଛି । ରମ୍ଭାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅଭିନେତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । କାରରେ ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ରହିଥିଲେ। ସେମାନେ ଆହତ ହୋଇଥିବା ଖବର ମିଳିଛି। ତେବେ ନିଜ ଫ୍ୟାନ୍ସଙ୍କୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ରମ୍ଭା ।

ଅଭିନେତ୍ରୀ ରମ୍ଭା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ସେୟାର କରିଛନ୍ତି । ତାଙ୍କ କାର୍ ଦୁର୍ଘଟଣାର ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି । ରମ୍ଭା ଲେଖିଛନ୍ତି, ସ୍କୁଲରୁ ପିଲାଙ୍କୁ ଧରି ଆସୁଥିବା ବେଳେ ଆମ କାରକୁ ଅନ୍ୟ ଏକ କାର ଧକ୍କା ଦେଇଥିଲା। କାରରେ ସମସ୍ତେ ସୁରକ୍ଷିତ ରହିଛନ୍ତି। ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଛି। ମୋ ଝିଅ ସାଶା ହସପିଟାଲରେ ଭର୍ତ୍ତି ହୋଇଛି। ଦୟାକରି ମୋ ଝିଅ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଆପଣଙ୍କ ପ୍ରାର୍ଥନା ନିଶ୍ଚିତ କାମରେ ଆସିବ।

 

View this post on Instagram

 

A post shared by RambhaIndrakumar💕 (@rambhaindran_)

ଏହାସହିତ ସେ କାରର ଚିତ୍ର ମଧ୍ୟ ସେୟାର କରିଛନ୍ତି । କାରର ଫଟୋ ସେୟାର କରିବା ସହିତ ରମ୍ଭା ହସ୍ପିଟାଲ ରୁମରୁ ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି । ରମ୍ଭାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କ ଅବସ୍ଥା ବିଷୟରେ ପଚାରିଛନ୍ତି ।

ଏହାସହ ତାଙ୍କ ଝିଅର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏଥି ସହିତ ଅନେକ ଲୋକ ମଧ୍ୟ ଏପରି ସମୟରେ ରମ୍ଭାଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଉଛନ୍ତି ।

ସୂଚନାଯୋଗ୍ୟ, ରମ୍ଭା ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ବଙ୍ଗାଳି, ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି। ତେବେ ରମ୍ଭା ମାଲାୟଲମ ଫିଲ୍ମ ସରଗମ୍‌ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ବଲିଉଡ ଫିଲ୍ମ ‘ଜଲ୍ଲାଦ’ରୁ ବଲିଉଡ ଡେବ୍ୟୁ କରିଥିଲେ ରମ୍ଭା। ତା’ ପରେ ଜଙ୍ଗ, କହର, ଜୁଡଓ୍ଵା, ବନ୍ଧନ ଏବଂ ଜାନୀ ଦୁଶମରେ ନଜର ଆସିଛନ୍ତି। ଅକ୍ଷୟ କୁମାର, ସଲମାନ ଖାନଙ୍କ ଭଳି ବଡ କଳାକାରଙ୍କ ସହିତ କାମ କରିଛନ୍ତି। ରମ୍ଭାଙ୍କ ଶେଷ ଫିଲ୍ମ ଥିଲା ‘ଦୁକାନ’। ଏହି ଫିଲ୍ମ ୨୦୦୪ରେ ରିଲିଜ ହୋଇଥିଲା। ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବାଏ ବାଏ କରିଥିଲେ। ୨୦୧୦ରେ ରମ୍ଭା କାନାଡାର ତାମିଲ ବିଜନେସମ୍ୟାନ ଇନ୍ଦ୍ରକୁମାର ସଙ୍ଗ ସହିତ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟେ ପୁଅ ରହିଛି।

 

View this post on Instagram

 

A post shared by RambhaIndrakumar💕 (@rambhaindran_)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.