ରେଳ ଠାରୁ ନେଇ ବିଜୁଳି ଓ ସିଲିଣ୍ଡର ପର୍ଯ୍ୟନ୍ତ, ଆଜି ଠାରୁ ବଦଳିଲା ଏହି ୭ ଜରୁରୀ ନିୟମ

ପ୍ରତି ମାସ ପ୍ରଥମ ତାରିଖ ଭଳି ଏଥର ମଧ୍ୟ ୧ ନଭେମ୍ବରରୁ ଅନେକ ପ୍ରକାର ପରିବର୍ତ୍ତନ ହୋଇଛି। ଏଥିରୁ କିଛି ନିୟମର ପରିବର୍ତ୍ତନ ଆପଣଙ୍କୁ ଫାଇଦା ପହଁଚାଇବ ତ ଆଉ କିଛି ନିୟମ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ। ତେବେ ଆଜି ଠାରୁ ଯେଉଁ ପରିବର୍ତ୍ତନ ହୋଇଛି ତାକୁ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ। ନଚେତ ଆପଣ ନୂଆ ଦର ଏବଂ ନୂଆ ନିୟମ ବିଷୟରେ ନ ଜାଣି ପାରିଲେ ପରେ ହଇରାଣରେ ପଡିପାରନ୍ତି।

ବର୍ତ୍ତମାନର ମହଙ୍ଗା ଯୁଗରେ ତେଲ କମ୍ପାନୀ ପକ୍ଷରୁ ଆସ୍ୱସ୍ତିକର ଖବର ଆସିଛି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ୧ ନଭେମ୍ବର ଠାରୁ ୧୧୫.୫୦ ଟଙ୍କା ହ୍ରାସ ହୋଇଛି। ଯଦିଓ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଘରୋଇ ସିଲିଣ୍ଡର ଦାମ ୬ ଜୁଲାଇ ଠାରୁ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ।

ଏହାବ୍ୟତୀତ ତେଲ କମ୍ପାନୀ ଗୁଡିକ ଏଭିଏସନ ଟର୍ବାଇନ୍‌ ଫୁଏଲ ଦାମରେ ବୃଦ୍ଧି ହୋଇଛି। ସରକାରୀ କମ୍ପାନୀ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ଆଗାମୀ ସମୟରେ ବିମାନ ଟିକେଟ ଦାମ୍‌ ବୃଦ୍ଧି ହୋଇପାରେ। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିିମିଟେଡ ପକ୍ଷରୁ ମଙ୍ଗଳବାର ସକାଳୁ ଜାରି ହୋଇଥିବା ନୂଆ ଦାମରେ ୪୮୪୨.୩୭ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ ଏହି ଦାମ୍‌ ବୃଦ୍ଧି ହୋଇ ୧୨୦.୬୪ ଟଙ୍କା ପ୍ରତି କିଲୋଲିଟର ପହଁଚିଛି।

GYAS୧ ନଭେମ୍ବର ଠାରୁ ହେବାକୁ ଥିବା ଏହି ପରିବର୍ତ୍ତନରେ, ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରୀ ପାଇଁ ଆପଣଙ୍କୁ ଓ୍ଵାନ ଟାଇମ ପାସଓ୍ଵାର୍ଡ ବା ଓଟିପି ଦେବାକୁ ହେବ। ସିଲିଣ୍ଡର ବୁକିଙ୍ଗ ପରେ ଗ୍ରାହକଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଓଟିପି ପଠାଯିବ। ଏହି ଓଟିପିକୁ କହିବା ପରେ ଯାଇ ସିଲିଣ୍ଡର ଡେଲିଭରୀ କରାଯିବ।

ଆଜିଠାରୁ ଆଇଆରଡିଏ ମଧ୍ୟ ବଡ ପରିବର୍ତ୍ତନ କରିଛି। ୧ ନଭେମ୍ବର ଠାରୁ ବୀମାକର୍ତ୍ତାଙ୍କ ପାଇଁ କେଓ୍ଵାଇସି ଡିଟେଲ ଦେବାକୁ ହେବ। ଏବେ ଅଣଜୀବନ ବୀମା ପଲିସି କ୍ରୟ କରିବା ସମୟରେ କେଓ୍ଵାଇସୀ ଦେବା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ।

ନଭେମ୍ବର ଠାରୁ ହିଁ ୫ କୋଟିରୁ କମ୍‌ ଟର୍ଣ୍ଣଓଭର ଟ୍ୟାକ୍ସ ପେୟର୍ସଙ୍କୁ ଜିଏସଟି ରିଟର୍ଣ୍ଣରେ ୫ ଅଙ୍କ ବିଶିଷ୍ଟ ଏଚଏସଏନ କୋଡ୍‌ ଲେଖିବା ଜରୁରୀ ହୋଇଯିବ। ଏବେ ପର୍ଯ୍ୟନ୍ତ ୨ ଅଙ୍କର ଏଚଏସଏନ କୋଡ ଦିଆଯାଉଛି। କିନ୍ତୁ ଏହାପରେ ୫ କୋଟିରୁ ଅଧିକ ଟର୍ଣ୍ଣଓଭର ବିଶିଷ୍ଟ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ୧ ଏପ୍ରିଲ ୨୦୨୨ ଠାରୁ ଚାରି ଅଙ୍କର କୋଡ ଜରୁରୀ କରାଯାଇଥିଲା। ଏହାପରେ ୧ ଅଗଷ୍ଟ ୨୦୨୨ରେ ଛଅ ଅଙ୍କ ର କୋଡ ଏଣ୍ଟର କରିବା ବାଧ୍ୟତାମୂଳକ କରାଯାଇଥିଲା।

ନଭେମ୍ବର ପହିଲାରେ ଦିଲ୍ଲୀରେ ବିଜୁଳି ସବସିଡିରେ ଜଡିତ ନିୟମରେ ପରିବର୍ତ୍ତନ ଆସିଛି। ଏହା ଅନୁଯାୟୀ ବିଜୁଳି ସବସିଡି ପାଇଁ ରେଜିଷ୍ଟ୍ରେସନ କରିନଥିବା ଲୋକଙ୍କୁ ଏହାର ଲାଭ ମିଳିବନାହିଁ। ସବସିଡି ପାଇଁ ରେଜିଷ୍ଟ୍ରେସନର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୨ ଥିଲା। ଯଦିଓ ଏହା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶା କରାଯାଉଛି।

୧ ନଭେମ୍ବର ଠାରୁ ଭାରତୀୟ ରେଳ ଅନେକ ଟ୍ରେନର ଟାଇମ ଟେବୁଲରେ ପରିବର୍ତ୍ତନ କରିଛି। ଟାଇମ ଟେବୁଲରେ ଟ୍ରେନ ଗୁଡିକର ଟାଇମିଙ୍ଗ ପରିବର୍ତ୍ତନ କରାଯାଇଛି। ଏମିତିରେ ଜରୁରୀ ଯେ ଆପଣ ଘରୁ ବାହାରିବା ପୂର୍ବରୁ ପ୍ରଥମେ ପୂରା ଲିଷ୍ଟ ଚେକ୍‌ କରିନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.