ବିଦ୍ୟୁତ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ନେସ୍କୋ ୟୁଟିଲିଟିର ଯାଜପୁର ରୋଡ ଡିଭିଜନ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା

ଯାଜପୁର(କେନ୍ଯୁଜ୍) : ନେସ୍କୋ ୟୁଟିଲିଟିର ଯାଜପୁର ରୋଡ ଡିଭିଜନ କାର୍ଯ୍ଯାଳୟ ସମ୍ମୁଖରେ ବିଦ୍ୟୁତ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯାଇଛି । ଯାଜପୁର ରୋଡ ଡିଭିଜନର ଚୋର୍ଦା ସେକ୍ସନର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁ ଶ୍ରମିକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ଶ୍ରମିକମାନଙ୍କ ମଧ୍ୟରେ ଗଣ୍ଡ ଗୋଳ ସୃଷ୍ଟି କରିବା ଅଭିଯୋଗ ହୋଇଛି । ସେମାନଙ୍କ ନାଁରେ ଥାନାରେ ମିଥ୍ୟା ମାମଲା ଦେଇ ଗିରଫ କରାଇବା ଏବଂ ଜନସାଧାରଣଙ୍କୁ ଉତ୍ତେଜିତ କରି ସେମାନଙ୍କୁ ଧମକ ଦେବା ପ୍ରତିବାଦରେ ନେସ୍କୋ ୟୁଟିଲିଟି, ନିର୍ବାହୀ ଯନ୍ତ୍ରୀ, ବିିଦ୍ୟୁତ ଖଣ୍ଡ କାର‌୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

nescoଏହାସହ ଏସ୍‌ଇ ଓ ଜେଇଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଶ୍ରମିକ । ଦିଲିପ ସାହୁଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ସହିତ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଘ । ସେପଟେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନରତ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.