ଘରୋଇ କଳହର କରୁଣ ପରିଣତି, ମଝିଆଁ ଭାଇ ତୀର ମାଡରେ ବଡ଼ ଭାଇ ଗୁରୁତର

କରଞ୍ଜିଆ(କେନ୍ୟୁଜ୍):  ମଝିଆଁ ଭାଇର ତୀର ମାଡରେ ବଡ ଭାଇ ଗୁରୁତର। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା, କେନ୍ଦୁମୁଣ୍ଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭାଇ ଭାଇ ଭିତରେ ଘରୋଇ ବିବାଦକୁ ନେଇ ଝଗଡା ହୋଇଥିଲା। ମଝିଆଁ ଭାଇ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ  ମାରିଥିଲା ।

ଆହତ ବୁଧୁରାମ ପିଙ୍ଗୁଆ (୩୦)ପୋଲିସଙ୍କୁ ଜଣାଇବାପରେ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଅମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା ଅଣାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ଖବର ପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ହସ୍ପିଟାଲରେ ପହଞ୍ଚି ଘଟଣା ବିଷୟରେ ଜାଣିବା ପରେ ତୀର ମାଡ଼ କରିଥିବା ମଝିଆଁ  ଭାଇ ତିବରୁ ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.