Below header

ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହେଲାଣି ସମରସଜା । ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥିପତ୍ର ଦାଖଲ । ଅକ୍‌ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ନାମଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍‌ଟୋବର ୩ । ସେପଟେ ଆଜି ନବୀନ ନିବାସରେ ବିଜେଡିର ସମନ୍ଵୟ କମିଟିର ବୈଠକ ବସିବ । ପ୍ରସ୍ତୁତ ହେବ ନିର୍ବାଚନ ରଣନୀତି । ଖୁବ୍‌ଶୀଘ୍ର ବିଜେଡି ବିଜେପୁର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ପୁଣି ଥରେ ରୀତା ସାହୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେଡି ଗଠନ କରିଛି ୪ ଜଣିଆ ନିର୍ବାଚନ ସମନ୍ଵୟ କମିଟି । କମିଟିରେ ଅଛନ୍ତି ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କଳିକେଶ ନାରାୟଣ ସିଂହଦେଓ ଓ ସଞ୍ଜୟ ଦାସବର୍ମା । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁବାସ ଚୌହ୍ଵାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ଅକ୍ଟୋବର ୨୧ରେ ଭୋଟ୍‌ ଓ ୨୪ ତାରିଖରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.